ହାଣ୍ଡିଶାଳ ରେ ଜେଜେମାର ସ୍ମୃତି
ବ୍ୟଞ୍ଜନ ର ସ୍ୱାଦ
ହାତରେ ନୁହେଁ
ହୃଦୟ ରେ ଅଛି ବୋଲି
ଏବେ ବି ତ ଜେଜେମା ର ସ୍ୱର ।
ହଳଦୀ ର ରୂପ ସୁନ୍ଦର !
ମାତ୍ର, ବେଶୀ ହେଲେ ସ୍ୱାଦରେ
ଛାଡେ ପିତାଳିଆ ଭାବ
ଠିକ ଯେମିତି ନାରୀ ର ସୌନ୍ଦଯ୍ୟ
ମାପି ଚୁପି କରିବାକୁ ହୁଏ ଶୃଙ୍ଗାର ।
ଲୁଣ ନ ଥିଲେ
ସ୍ୱାଦ ନ ଥାଏ ଖାଦ୍ୟରେ
ବେଶୀ ହେଲେ ଅସହ୍ୟ
ଓ ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟି କରେ ଭୟ
ଠିକ ନାରୀ ର ଗୃହସ୍ଥ ଜୀବନ ।
ଲଙ୍କା, ରାଗ ନ ହେଲେ ଖାଦ୍ୟ ପାଣିଚିଆ
ବେଶୀ ହେଲେ ଦିନ ରାତି ହୁଏ ହୂ ହା
କ୍ରୋଧ ଲଙ୍କା ପରି
ନିୟନ୍ତ୍ରଣ କରେ ପରିବାର
ସୁନ୍ଦର ଓ ଶୃଙ୍ଖଳିତ କରି ।
ମସଲା ସଠିକ ମାପର
ରୋଷଇ କୁ କରେ ସୁସ୍ୱାଦ
ଜୀବନ ହୁଏ ପ୍ରସ୍ଫୁଟିତ-
ଆବେଗ କୁ ନେଇ
ଆଦର, ଯତ୍ନ, ସେନେହ ଓ କ୍ରୋଧ ।
ଜେଜେମା ର ହାଣ୍ଡିଶାଳ
କେତେ ଟିପ୍ସ କେତେ ରନ୍ଧନ କୌଶଳ
ତା ଭିତରେ କେତେ ଜୀବନ ଦର୍ଶନ,
କେତେ ରାସ୍ତା ଚାଲିବାର ଉପାୟ
ଆପଣେଇ ପାରିଲେ ପରଷିବା ଢଙ୍ଗ
ହୁଏ ଆଜୀବନ ସହାୟ !