କବିତା

ମନ ଆକାଶେ ହୃଦୟ ଦେଶ

Puspanjali Patel's odia poem Mana Aakaashe Hrudaya Desha

ମନ ଆକାଶର ଅନେକ ରୂପ
କେବେ ଧଳା ପୁଣି କେବେସେ କଳା

ମନ ଆକାଶେ ହୃଦୟ ଦେଶ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମନ ଆକାଶରେ ହୃଦୟର ଦେଶ
ହୃଦୟ ଦେଶରେ ସ୍ମୃତିର ରାଇଜ
ସ୍ମୃତି ରାଇଜରେ ଅସରନ୍ତି ସ୍ମୃତି
ନ ଥାଏ ତାହାର କେବେ ଶେଷ
ମନ ଆକାଶର ଅନେକ ରୂପ
କେବେ ଧଳା ପୁଣି କେବେସେ କଳା
ନଥାଏ ତା ଅନ୍ତ ନାହିଁ ଠିକଣା
ହୃଦୟ ମନକୁ ଭଲ ପାଏ ବୋଲି

ସ୍ମୃତି ରହିଯାଏ ହୋଇ ଆପଣା
ସ୍ୱଚ୍ଛ ମେଘ ଥିଲେ ମନ ଆକାଶେ
ଆସେ ଶ୍ରାବଣ ହୃଦୟ ଦେଶେ
ସାଇତା ସ୍ମୃତି କେବେ ମରେନା
ହୃଦୟ କୂ ଦିଏ ମନର ଠିକଣା
ସାଇତା ସ୍ମୃତି କେବେ ମରେନା
ସ୍ମୃତି କୁ ଛାଡି ମନ ରହି ପାରେନା

 

 

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top