ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ସେ କବିତା କୁ ଭଲପାଏ,
କବିତା ସହ ହସେ
କବିତା ସହ ଖେଳେ
ସେ କବିତାରେ ଅନୁଭବ କରେ,
ଯୁଗ ଯୁଗର ଦୁଃଖ, ଯନ୍ତ୍ରଣା
ସେ କବିତା ପଢ଼ି ବୁଝିପାରେ ଗୋଟେ
ପ୍ରେମିକର ମନକଥା
ସେ କବିତା ପଢ଼ି ସଜାଡି ଦେଇପାରେ ସ୍ୱପ୍ନର ଲାଲକିଲ୍ଲା
ତାକୁ ଦରକାର୍ ନାହିଁ ଦାମୀ ଉପହାର
କବିତା ବହିଖଣ୍ଡେ ତା’ ପାଇଁ ମୂଲ୍ୟବାନ
ସେ କବିତା ପଢୁଥିବା ଝିଅ ଯେ,
ମୋର ପ୍ରେମିକା ହେବା ନିହାତି ଦରକାର୍ !!!
ମତେ ଆଉ କହିବାକୁ ପଡିବନି,
କେଦାର ଗୌରୀଙ୍କ କାହାଣୀ
ଉଦାହରଣ ଦେବାକୁ ହେବନି
ତାଜମହଲର…
ସେ ଆପେ ଆପେ ବୁଝିଯିବ
କବି ମନର ତମାମ ନୀରବତା
କାରଣ…
ସେ କବିତା ପଢିବାକୁ ଭଲପାଏ
ଆଉ ଜଣେ କବି ମନରେ କବିତା ଛଡା
ଆଉ କଣ ବା ରହିଥାଏ !!!
