କନ୍ୟାଟିଏ ଯେବେ ଘରେ ଜାତ ହୁଏ ସଭିଏଁ ହୁଅନ୍ତି ଖୁସି ,
ମାଆ ମୋର ଟିକେ ମନଦୁଃଖ କରେ ବାପା ଖୁସିରେ ଯାଆନ୍ତି ନାଚି ।
ବାପାଙ୍କର ଝିଅ ହୋଇଥାଏ ପ୍ରିୟ ମାଆ ହୁଏ ଗାରୁଗାରୁ,
ମାଆ ର କଥାକୁ ଖାତିରି ନକରି ଖଟି ହୋଇଯାଏ ସୁରୁ ।
ବାପାମାଆଙ୍କର ସ୍ନେହ ସରଧାରେ ଝିଅଟି ହୁଅଇ ବଡ,
ବାହାଘର କଥା ମାଆ ପାଟିରୁ ଶୁଣିଲେ ଝିଅକୁ ଲଗାଇ ଡର ।
ସ୍ନେହର ପିତୁଳା କନ୍ୟାଟିକୁ ବାପା କରିଦେଇଥାନ୍ତି ଦାନ,
ଝିଅପାଖେ ବସି କାନ୍ଦି କହିଥାନ୍ତି ମା ଲୋ ରଖିବୁ ମୋହରି ମାନ ।
ଅଭିମାନୀ ଝିଅ ଆଖୀଧାରେ ଲୁହ କହଇ ବାପାକୁ ଚାହିଁ,
ବାପା ଇଏ କି କଲ ଘରୁ ତଡ଼ିଦେଲ ବୋଝ ହୋଇଥିଲି କି ମୁହିଁ,
ବୋଝ ହୋଇଥିଲି କି ମୁହିଁ….