କବିତା

କନ୍ୟାଦାନ

Pratibha Behera's odia poem Kanyadaana

ସ୍ନେହର ପିତୁଳା କନ୍ୟାଟିକୁ ବାପା କରିଦେଇଥାନ୍ତି ଦାନ,
ଝିଅପାଖେ ବସି କାନ୍ଦି କହିଥାନ୍ତି ମା ଲୋ ରଖିବୁ ମୋହରି ମାନ ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କନ୍ୟାଟିଏ ଯେବେ ଘରେ ଜାତ ହୁଏ ସଭିଏଁ ହୁଅନ୍ତି ଖୁସି ,
ମାଆ ମୋର ଟିକେ ମନଦୁଃଖ କରେ ବାପା ଖୁସିରେ ଯାଆନ୍ତି ନାଚି ।

ବାପାଙ୍କର ଝିଅ ହୋଇଥାଏ ପ୍ରିୟ ମାଆ ହୁଏ ଗାରୁଗାରୁ,
ମାଆ ର କଥାକୁ ଖାତିରି ନକରି ଖଟି ହୋଇଯାଏ ସୁରୁ ।

ବାପାମାଆଙ୍କର ସ୍ନେହ ସରଧାରେ ଝିଅଟି ହୁଅଇ ବଡ,
ବାହାଘର କଥା ମାଆ ପାଟିରୁ ଶୁଣିଲେ ଝିଅକୁ ଲଗାଇ ଡର ।

ସ୍ନେହର ପିତୁଳା କନ୍ୟାଟିକୁ ବାପା କରିଦେଇଥାନ୍ତି ଦାନ,
ଝିଅପାଖେ ବସି କାନ୍ଦି କହିଥାନ୍ତି ମା ଲୋ ରଖିବୁ ମୋହରି ମାନ ।

ଅଭିମାନୀ ଝିଅ ଆଖୀଧାରେ ଲୁହ କହଇ ବାପାକୁ ଚାହିଁ,
ବାପା ଇଏ କି କଲ ଘରୁ ତଡ଼ିଦେଲ ବୋଝ ହୋଇଥିଲି କି ମୁହିଁ,
ବୋଝ ହୋଇଥିଲି କି ମୁହିଁ….

1 Comment

1 Comment

  1. Gyana Acharya

    May 17, 2025 at 6:39 am

    ସେହି କନ୍ଯା ହୁଏ ନାରୀ ପୁଣି ମା,
    ସଂସାରର ସଂରଚନା ଭାରପ୍ରାପ୍ତ କା।
    ଦୁଇ କୂଳର ହିତା ପାଈଁ ଲଭେ ଜନମ ଲଳିତା,
    ସରଗୀ ଫୁଲ ସମ ଈଶ୍ବରଙ୍କ ବରଦାନ ଦୁହିତା।
    ବାପାଙ୍କର ରଙ୍କ ପୁଣି ସ୍ବାମୀର ଗ୍ରାହ୍ୟସ୍ଥ ଧର୍ମୀ,
    ସନ୍ତାନସନ୍ତତିଙ୍କ ଗଠନର ଊତ୍ସର୍ଗୀତ କର୍ମୀ।
    ଜୀବନର ପ୍ରତିକ୍ଷଣେ ତାର ମୂହୁର୍ତ୍ତେ ନ ଥାଏ ଛୁଟଣ,
    ବୁକୁଭରା ଅନାବିଳ ମମତାର ସେ ସତେଅବା ଦର୍ପଣ।
    ଛାର ପୁରୁଷ ବୁଝିପାରେନା ତାର ନୈସର୍ଗିକ ଭାବ,
    ଦୁର୍ବାର ଯାତନା ଦିଏ କେବେ ବି ପୈଶାଚିକ କ୍ଳୀବ।
    ଝିଅଟିଏ ଅନୁଢା ନାରୀ ରୂପୀ ନାରାୟଣୀ,
    ସୁଖଦୁଃଖରେ ସାହା ସେ ମା କୁଲନନ୍ଦିନୀ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top