କବିତା

ଚଳନ୍ତି ପ୍ରତିମା

Suhani Rout's odia poem Chalanti Pratima

ରାଗ ଅଭିମାନ ଦୋଷ ସବୁ ପରା
ଭୁଲି ମୋର ତୁ ଯେ ନେଉ କୋଳେଇ,
ପଭୁ ଙ୍କୁ ମୁଁ ଯେ ଦେଖି ନାହିଁ ପରା
ପ୍ରଭୁ ଙ୍କ ଶ୍ରୀମୁଖ ତୋ ମୁଁହ ମୋ ପାଇଁ ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଥୋଇ ହାତ ଦେଲେ ମଥାରେ ତୋର ମୋ
ଲକ୍ଷେ ବିପଦ ଯେ ଯାଆନ୍ତି ଉଭେଇ,
ପାଦ ଧୂଳି ତୋର ଜୀବ ଅମୃତ ମୋ
ମୋ ପାଇଁ ସରଧା ବାଲି ଯେ ସେଇ ।

ରାଗ ଅଭିମାନ ଦୋଷ ସବୁ ପରା
ଭୁଲି ମୋର ତୁ ଯେ ନେଉ କୋଳେଇ,
ପଭୁ ଙ୍କୁ ମୁଁ ଯେ ଦେଖି ନାହିଁ ପରା
ପ୍ରଭୁ ଙ୍କ ଶ୍ରୀମୁଖ ତୋ ମୁଁହ ମୋ ପାଇଁ ।

ହାତ ପରସା ତୋ ସତେକି ନିର୍ମାଲ୍ୟ
ପେଟ ଯାଏ ପୁରି ମୁଠାଏ ଖାଇ,
ସ୍ନେହମୟୀ ତୁ ମା ଲକ୍ଷ୍ମୀଙ୍କର ତୁଲ୍ୟ
ଘଣ୍ଟ ଘୋଡାଉ ମୋତେ ସବୁ ବିପଦ ସହି ।

ଧନ୍ୟ ମୋ ଜୀବନ ପାଇ ତୋର କୋଳ
ସଜାଇଛୁ ମର୍ତ୍ତ୍ୟ ସରଗ ଯେ ମୋ ପାଇଁ,
ସଂସାର ଚାହେଁନି ତୁ ଥିଲେ ପାଖରେ
ଚଳନ୍ତି ପ୍ରତିମା ମାଆ ତୁ ମୋ ପାଇଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top