ଆଜିର ସମାଜେ ବହୁଳ ନାରୀତ୍ୱ
ପୁରୁଷ ଯେ ଅବହେଳିତ
କେବେ ବି ଭାବିଛ ସମାଜଟା ସାରା
ଦଳିତ ପୀଡିତ ସେ ନୁହଁ ତ
ନାରୀ ଅଦାଲତ ନରୀକି ସମ୍ମାନ
ସବୁଆଡେ ଚର୍ଚ୍ଚା ଆଗରେ
ପୁରୁଷ ଙ୍କ ପାଇଁ ସମ୍ମାନ ତ ଛାଡ଼
ଟିକେ ଗୁରୁତ୍ଵ ବି ଦିଅ ନାହିଁ ରେ
ପୁରୁଷ ସମାଜ ପାଇଁ କି ଲଢେଇ
କରିବାକୁ ଡରେ ସମାଜ
ପୁରୁଷ ବିହୁନେ ସମାଜର ରଥ
କେମିତି ଆଗକୁ ନବ ତ
ଦେଶ ସ୍ବାଧୀନତା ପାଇଁ କି ପୁରୁଷ
ଜୀବନ ଉତ୍ସର୍ଗ କଲେ
ନାରୀର ଭୂମିକା କେତୋଟି ଥିଲା
ସମାଜ ଏହାକୁ ଜାଣେ
ସେ କେବେ କୁହେନି ମୁଁ ଅବହେଳିତ
ପୁରୁଷତ୍ଵ ଯିବ ଚାଲି
ତାହାରି ଫାଇଦା ଉଠାଇ ଏ ନାରୀ
ଉଦ୍ଧତାମି ଆଜି ଯାଉଛି ବଢ଼ି
ଅତୀତ ଅଫେରା ବର୍ତ୍ତମାନ ସାକ୍ଷୀ
ପୁରୁଷ ସର୍ବଦା ସାଂପ୍ରତିକ ରେ
ଆଗାମୀ ଦିନର ଭବିଷ୍ୟତ କଣ
ପୁରୁଷ ପାଇଁ କିଛି ନାହିଁ ରେ ।
