କବିତା

ଜନ୍ମଦିନ

Jayashree Swain's odia poem Janmadina

ସ୍ଵପ୍ନ ତ ଅସୁମାରି ମନରେ
ଖେଳିବୁଲେ ହୃଦୟ ମଧ୍ୟରେ
କେଜାଣି ସେ ସ୍ବପ୍ନ
ସତ ହେବ କି ଜୀବନରେ ।

ଆଜି ମୋର ଜନ୍ମଦିନ
ଜୀବନର ଗୋଟେ ସ୍ଵପ୍ନ
ଆୟୁଷ କମୁଛି ଜାଣି ମଧ୍ୟ
ତଥାପି ଖୁସି ମୋ ମନ ।

ପିଲାଦିନେ ପିଉସୀ
କେତେ କରୁଥିଲା ସ୍ନେହ
ଟିପି ଟିପି ଚନ୍ଦନକୁ ମୁଣ୍ଡେ ମାରି
କରୁଥିଲା କେତେ ଯତ୍ନ ।

ଖୋଜି ଆଉ ପାଇବିନି ତାକୁ
ଘଟି ଯାଇଥିବା ସେ ଦିନକୁ
ଜୀବନରେ ଏମିତି ଆଗକୁ
ମନ ମୋ ଚାହୁଁନି ଯିବାକୁ ।

ସ୍ଵପ୍ନ ତ ଅସୁମାରି ମନରେ
ଖେଳିବୁଲେ ହୃଦୟ ମଧ୍ୟରେ
କେଜାଣି ସେ ସ୍ବପ୍ନ
ସତ ହେବ କି ଜୀବନରେ ।

ବାପା ମାଆ ମୋର ସ୍ଵାଭିମାନୀ
ବନାନ୍ତି ସେମିତି ମୋତେ
ସ୍ୱାଧୀନତା ପାଇଁ ଲଢ଼ିବୁ
ଶିଖାଇ ଦିଅନ୍ତି ମୋତେ ।

ଜୀବନର ଦୋଛକିରେ
ହାରିବୁନି କେବେ
ଠିକ୍ ମାଧ୍ୟମକୁ ଆପଣାର
କରିନବୁ ସରାଗେ ।

କାଲି ତ ଆସେନି ଆଉ
ତଥାପି ଅନେଇ ଥାଉ
ଜୀବନରେ ପୁଣିଥରେ
ମୋ ଜନ୍ମଦିନ ଆସିବ ତ ଆଉ ?

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top