କବିତା

ମୋ ଗାଁର ଶୋଭା

Mamata Basantia's odia poem Mo Gaan'ra Sobha

ଶୀତ ସକାଳର ସେଇ
ମଳୟ ପବନ,
ମନରେ ଆଣେ ମୋ
କେତେ ଅଭୁଲା ସପନ।

କି କହିବି କି କହିବି
ମୋ ଗାଁର ଶୋଭା?
କି ମନୋଲୋଭା ଏଠି
ସକାଳ , ସଂନ୍ଧ୍ୟା।

ଶୀତ ସକାଳର ସେଇ
ମଳୟ ପବନ,
ମନରେ ଆଣେ ମୋ
କେତେ ଅଭୁଲା ସପନ।

ସଂନ୍ଧ୍ୟା ସମୟର ସେହି
ଗୋଧୂଳି ଲଗନ,
ଗୋପାଳ ଅଧରେ ସେହି
ମୁରଲୀର ସ୍ବନ।

କଙ୍କରିଳ ପଥେ
କୋଳି ବିକାଳିର ସ୍ବର,
ଅଜାଣତେ ଚିତ୍ତକୁ କରେ
ଅଥୟ ଅସ୍ଥିର।

ନବବଧୂ ହସ୍ତେ ସେହି
ତୁଳସୀ ପୂଜନ,
ଦେଖିଦେଲେ କାହିଁ
ଚିତ୍ତ ହୁଏ ଆନମନ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top