କବିତା

କନ୍ୟାରତ୍ନ

Anjana Satpathy's Odia Poem KANYAARATHA

କେତେ ସରଳରେ ବୁଝେଇଥିଲୁ,
ଏ ସମାଜର କଠୋର ବାସ୍ତବିକତା,
ଜୀବନର ଚଲାପଥ ଦୁର୍ଗମ ଓ କଣ୍ଟକିତ,
ତଥାପି ଚାଲିବାକୁ ହେବ,
କନ୍ୟା ଶିଶୁ ଯଦି ରତ୍ନ ସମ,
ଏ ଜନ୍ମର ମୂଲ୍ୟାଙ୍କନ କରିବାକୁ ହେବ ।

କନ୍ୟାରତ୍ନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୃତୀୟା କନ୍ୟାର ଆଗମନରେ
ଶୁଭେଚ୍ଛା ଦୂରେ ଥାଉ,
ସମ୍ୱେଦନା ବି ନଥିଲା,
ପୁତ୍ର କାମନାରେ ପୁନର୍ବାର କନ୍ୟା ପ୍ରାପ୍ତି,
କେବଳ ହତାଶା ତଥା ଦୀର୍ଘଶ୍ୱାସ ଭରିଥିଲା,
ସମଗ୍ର ବାତାବରଣରେ ।୧।

କ୍ଳାନ୍ତ ମୁଖଶ୍ରୀରେ କିନ୍ତୁ,
ତୋର ଧାରେ ହସ,
ମାଆ ତୁ, ନବଜାତ ଶିଶୁକୁ
ଏକାକୀ ସ୍ୱାଗତ କଲୁ,
ପୁତ୍ର କିମ୍ୱା କନ୍ୟାର ବିଚାର ତ୍ୟାଗୀ,
ବିନା ଦ୍ୱିଧାରେ ବକ୍ଷରୁ ଅମୃତ ଦେଲୁ ।୨।

ତୋ କୋଳର ଉଷ୍ଣତାରେ ଥିଲା ପର୍ଯ୍ୟାପ୍ତ ମମତା,
ତୋ ପଣତରୁ ଝରିଥିଲା ଅମାପ ବାତ୍ସଲ୍ୟ,
ମାତୃତ୍ୱରେ ନଥିଲା ତୋର,
କାଳିମା ପକ୍ଷପାତର ।୩।

କେତେ ସରଳରେ ବୁଝେଇଥିଲୁ,
ଏ ସମାଜର କଠୋର ବାସ୍ତବିକତା,
ଜୀବନର ଚଲାପଥ ଦୁର୍ଗମ ଓ କଣ୍ଟକିତ,
ତଥାପି ଚାଲିବାକୁ ହେବ,
କନ୍ୟା ଶିଶୁ ଯଦି ରତ୍ନ ସମ,
ଏ ଜନ୍ମର ମୂଲ୍ୟାଙ୍କନ କରିବାକୁ ହେବ ।୪।

ମନରେ ଭରିଲୁ ଉତ୍ସାହ,
ଦୃଢ଼ ହୃଦୟ ସଞ୍ଜି,
କଲୁ ପଥ ପ୍ରଦର୍ଶନ,
ସଫଳତା କିମ୍ୱା ବିଫଳତା ପାଥେୟ ନୁହେଁ,
କର୍ତ୍ତବ୍ୟ ହିଁ ହେଉ,
ଧର୍ମ, ସଂକଳ୍ପ ଆଉ ପରିଚୟ ଆମର
ଏ ଯାତ୍ରାର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ।୫।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top