କବିତା

ପ୍ରେମ

Odia Author Amitav Sahu

ଏବେ ‘ପ୍ରେମ’
ହାଟ ବଜାରର ସଉଦା ପରି
ମୂଲଚାଲ କରି
କିଣି ବିକି ହୁଏ. . .

ପ୍ରେମ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଖି ତଳର
ଲୁହ ମିଶା ‘ପ୍ରେମ’
ନଈ ହୋଇ ବୋହିଗଲା
କି ନିପଟ ଖରାରେ ଶୁଖିଗଲା
ଜାଣି ହେଲାନି…

ମନ ସିନ୍ଧୁକରେ
ସାଇତା ‘ପ୍ରେମ’
ସୃତୀ ପରି ସଞ୍ଚିତ ନିଶ୍ଚୟ
ଦେବା ପାଇଁ ବିଶ୍ୱାସଟିଏ ଲୋଡ଼ା
ଯାହା ଏଯାବତ୍ ମିଳିଲାନି !

ଏବେ ‘ପ୍ରେମ’
ହାଟ ବଜାରର ସଉଦା ପରି
ମୂଲଚାଲ କରି
କିଣି ବିକି ହୁଏ. . .

ଅମରତ୍ୱ ବଳିଦାନର ପ୍ରେମ
ମିଳିବା ସପନ
କାଁ ଭାଁ ଦେଖା ଦିଅନ୍ତି
ପ୍ରତିଶ୍ରୁତିର ଫର୍ଦ୍ଦରେ
ଯାହାକୁ ନେଇ ଲେଖି ହେବ
କାହାଣୀଟିଏ
କି କବିତାଟିଏ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top