କବିତା

ପ୍ରେମ

Odia Author Amitav Sahu

ଏବେ ‘ପ୍ରେମ’
ହାଟ ବଜାରର ସଉଦା ପରି
ମୂଲଚାଲ କରି
କିଣି ବିକି ହୁଏ. . .

ପ୍ରେମ

ଆଖି ତଳର
ଲୁହ ମିଶା ‘ପ୍ରେମ’
ନଈ ହୋଇ ବୋହିଗଲା
କି ନିପଟ ଖରାରେ ଶୁଖିଗଲା
ଜାଣି ହେଲାନି…

ମନ ସିନ୍ଧୁକରେ
ସାଇତା ‘ପ୍ରେମ’
ସୃତୀ ପରି ସଞ୍ଚିତ ନିଶ୍ଚୟ
ଦେବା ପାଇଁ ବିଶ୍ୱାସଟିଏ ଲୋଡ଼ା
ଯାହା ଏଯାବତ୍ ମିଳିଲାନି !

ଏବେ ‘ପ୍ରେମ’
ହାଟ ବଜାରର ସଉଦା ପରି
ମୂଲଚାଲ କରି
କିଣି ବିକି ହୁଏ. . .

ଅମରତ୍ୱ ବଳିଦାନର ପ୍ରେମ
ମିଳିବା ସପନ
କାଁ ଭାଁ ଦେଖା ଦିଅନ୍ତି
ପ୍ରତିଶ୍ରୁତିର ଫର୍ଦ୍ଦରେ
ଯାହାକୁ ନେଇ ଲେଖି ହେବ
କାହାଣୀଟିଏ
କି କବିତାଟିଏ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top