କବିତା

ଭୁଲି ହୁଏନା

Prasanta Kumar Nath's odia poem Bhuli Huenaa

ଆଖିରୁ ତୁମର ଲୁହ ଝରୁ ଥିବ
ଭାବି ଭାବି ମୋର କଥା
କେମିତି କହିବି ପ୍ରେମ ଯେ ଏମିତି
ଅଛିଣ୍ଡା ଅଡୁଆ ସୁତା ।

ଭୁଲି ହୁଏନା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଭାବିଥିଲି ପ୍ରିୟା ଧୋକା ଦେଇ ମୋତେ
ରହିଛ ତୁମେ ଖୁସିରେ
ଜାଣି ମୁଁ ନଥିଲି ମୋ ପରି ବି ତୁମେ
ଜଳୁଥିବ ବିରହରେ ।

ଭାବିଥିଲି ତୁମେ ଭୁଲି ଯାଇ ମୋତେ
ଖୁସିରେ କାଟୁଛ ଦିନ
ଆଜି ମୁଁ ଜାଣୁଛି ତୁମ ମନେ ପ୍ରିୟା
ରହିଛି ମୋହରି ସ୍ଥାନ ।

ଆଖିରୁ ତୁମର ଲୁହ ଝରୁ ଥିବ
ଭାବି ଭାବି ମୋର କଥା
କେମିତି କହିବି ପ୍ରେମ ଯେ ଏମିତି
ଅଛିଣ୍ଡା ଅଡୁଆ ସୁତା

ଯେତେ ଚାହିଁଲେ ବି ଭୁଲି ପାରିବନି
ପ୍ରେମ ଯେ ଅଭୁଲା ସ୍ମୃତି
ମନ ଖୋଜୁଥିବ ପ୍ରୀତିର ପରଶ
ପ୍ରେମର ଚୋରା ଚଇତି ।

ଭୁଲିବ ଭୁଲିବ ଯେତେ ଭାବୁଥିଲେ
ମନେ ପଡେ ସେତେ ବେଶି
ଭଲ ପାଇ ଥରେ ଭୁଲି ହୁଏ ନାହିଁ
ପ୍ରେମ ପାଏ ନାହିଁ ଫାସି ।

2 Comments

2 Comments

  1. Bijay Das

    May 18, 2016 at 10:13 am

    super

  2. Subhasmita

    May 17, 2016 at 3:02 pm

    Badhia,ete sundara kabita dhanyabad sir apananka ehi sundara kabitati pain.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top