ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଏ ଯୁଗ ବଦଳିବା ଆଗରୁ
ମୋ ନିସ୍ଵାସର ଅହଂକାର
ଜଳିଯିବା ଆଗରୁ ,
ମତେ ଜାଳି ଜାଳି ପୁରା ଜଲେଇଦିଅ,
ଆଉ ତୁମ
ବାକି ହିସବ ତକ
ଅସୁଲ କରି ନିଅ ।
କାରଣ କାଲି ତୁମ ପାଇଁ ମୁଁ ଏକ
ତିକ୍ତ ଇତିହାସ,
ତୁମ ଆଧୁନିକ ଜୀବନରେ
ଏ ଲଣ୍ଠଣ ଏକ ବେକାର ଜିନିଷ ।
