କବିତା

ରେ ଆତ୍ମନ

Binay Mohapatra's odia poem Re Atman

ତୁ ତ ମାୟା ନିର୍ମାୟା, ପର ଆପଣା
ସ୍ୱାର୍ଥ ନିସ୍ୱାର୍ଥର ଗୋଳିଆ ପାଣିରେ ଉବୁଟୁବୁ,
କେବେ ପୁଣି ପାଣି ଭଅଁରରେ ଚକ୍କର କାଟୁଚୁ।

ରେ ଆତ୍ମନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ରେ ଆତ୍ମନ
ତୁ ଏମିତି କେମିତି ଭୁଲି ଗଲୁ ?

ତୁ କେଉଁଠୁ ଆସିଛୁ, କାହିଁକି ଆସିଚୁ
କିଏ ତୋତେ ଏ ବିଷମ ଦୁନିଆକୁ
ସତ ମିଛର, ପ୍ରେମ ବିରହର, ହସ କାନ୍ଦର
ପଙ୍କରେ ଲଟ ପଟ ହୋଇ
କେଉଁ ମୋତି ଖୋଜିବାକୁ ପଠେଇ ଦେଲା ?

ତୁ ତ ମାୟା ନିର୍ମାୟା, ପର ଆପଣା
ସ୍ୱାର୍ଥ ନିସ୍ୱାର୍ଥର ଗୋଳିଆ ପାଣିରେ ଉବୁଟୁବୁ,
କେବେ ପୁଣି ପାଣି ଭଅଁରରେ ଚକ୍କର କାଟୁଚୁ ।

କେବେ ଯଦି ଥକି ଯାଉ ତାକୁ ଥରେ ମନେ ପକାଇ
ଢେର ସାରା ଗାଳି ବକିଯାଉ ।

କିଛି ଦେଇନି ବୋଲି ଅଭିମାନ କରୁ ।

ପୁଣି କେବେ ହାରିଗଲେ ତାକୁ ହିଁ ଖୋଜୁଚୁ
କେବେ ମନ୍ଦିର, ଗୁରୁଦ୍ୱାରରେ
କେବେ ପୁଣି ଗିର୍ଜା ଅବା ମସ୍ଜିଦ୍ ର ଚକ୍କର କାଟୁଛୁ ।

ଆରେ କସ୍ତୁରୀ ମୃଗ ତୁ
ଅଗନା ଅଗନୀ ବନସ୍ତରେ
କେଉଁ ସୁଗନ୍ଧର ଆଶାରେ, କଅଣ ଖୋଜୁଚୁ ?

ଆରେ ମୂଢମତି
ସେଇତ ତୋରି ଭିତରେ ଅଛି
ତୋ ମିତ୍ର, ତୋ ଶତୃ, ତୋ ଆପଣାର,
ତୋ ପରର ଭିତରେ ରହିଛି ।

ତୋ ଆଖରୁ କଳା ଚଷମା ଖୋଲିଲେ
ଦେଖିବୁ କେତେ ଯେ ରୋଷଣୀ ଏଠି
ସାରା ସୃଷ୍ଠି ଜଗମଗ ଚମକୁଚି ।

ସବୁ ଜଳ ଜଳ ଦିଶୁଚି ।

ଅନ୍ଧାର ତ ତୋରି ଭିତରେ ଅଛି ।

ନା କେହି ବାବା ମାତା ନା କେହି ମୌଲବି କି ପାଦ୍ରୀ
ତୋ ଆଖିର ଅନ୍ଧାକାର ଦୁର କରି ପାରିବନି ।

ମନର ଆଇନାରୁ ଧୁଳି ଝାଡି ଦେଇ
ପୁଣି ଥରେ ନିଜ ଚେହେରାକୁ
ଭଲଭାବେ ନିରିକ୍ଷଣ କର
ତୁ ନିଜେହିଁ ଜାଣିବୁ
ତୋ ମୁହଁରେ କେଉଁଠି ଲାଗିଛି ଦାଗ,
ଆଉ କେତେ ସଫା ଅଛି ?

ଯିଏ ତୋତେ ପଠେଇଚି
ସିଏ ତୋତେ କେବେବି ଭୁଲିନି ।

ତୋତେ କେବେ ଅକେଲା ଛାଡିନି ।

ସିଏ ତୋ ସାଥିରେ ଅଛି, ତୋରି ସାଙ୍ଗରେ ଚାଲୁଛି
ପ୍ରତି ମୁହୁର୍ତ୍ତ ରେ ତୋତେ ନିରିକ୍ଷଣ କରୁଚି ।

ଚାଲୁ ଚାଲୁ କେବେ ଯଦି ଝୁଣ୍ଟି ଯାଉ
ସିଏ ତାର ହାତ ବଢାଇ ଦିଏ ଆଉ କହେ
ଆରେ ପଡି ଗଲୁକି ?

ନେ ଧର ମୋ ହାତ ଆଉ ଉଠିଆ।

ହେଲେ ତୁ ହତଭାଗା ଆଖି ବନ୍ଦ କରି
ଅନ୍ଧ ହେବାର ବାହାନା କରିଲୁ ।

ରାସ୍ତାରେ ଲକ୍ଷ୍ମି ଦତ୍ତ ଧନ ପୁଡିଆକୁ
ଅଣଦେଖା କରିଲୁ ।

ପୁଣି ଜିବନ ସାରା ଅଭିମାନ କରି
ତାକୁ ହିଁ ଭୁଲିଗଲୁ ।

ଆରେ ମୁଢ ମତି
ହାତ ଡିଆସିଲି ଭୁଲି ତୁ ଖୋଜୁଛୁ
ଅନ୍ଧାରେ କାହିଁ ବତୀ ।

2 Comments

2 Comments

  1. ଶ୍ରୀ ଅରବିନ୍ଦ ଦାସ

    ARAVINDA DAS

    May 27, 2016 at 11:39 am

    naked truth about life. Binaya Babu anek suvechha ehi mana mugdhakara kabita painee. Jibana ku ati nikatare dekhithiba loka mane hi emiti chala chala kabita lekhi paribe. REGDS

  2. Robin

    May 16, 2016 at 5:33 pm

    After a long time i have a chance to read such a poem. the reality of life.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top