କବିତା

ଈଶ୍ଵର

Satyabrata Mohapatro's odia poem Ishwara

ମାଆର ମନରେ ଭରିଛ ହେ ପ୍ରଭୁ
କୋମଳ ପ୍ରୀତି ପରଶ,
ଦୀପକ ଜ୍ୟୋତିର ଲେଲହୀନ ଶିଖା
ପରି ସେ ସଦା ସରସ ।।

ଈଶ୍ଵର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କେଡ଼େ ଯତନରେଗଢିଛ ହେ ପ୍ରଭୁ
ଶୀତଳ ଶ୍ୟାମଳ ଧରା,
ଗ୍ରୀଷ୍ମର ଉଷ୍ମତାଶୀତର ଜଡ଼ତା
ମିଶି କରେ ମଧୁଝରା ।।

ଚଇତି ଫଗୁଣେପ୍ରାଣୀ ମନ କିଣେ
କେକୀର ନୃତ୍ୟ ଆସର,
କୁଳୁ କୁଳୁ ନାଦଝରଣ ରାଣୀର
ରଚଇ କାବ୍ୟ ସମ୍ଭାର ।।

ମାଆର ମନରେଭରିଛ ହେ ପ୍ରଭୁ
କୋମଳ ପ୍ରୀତି ପରଶ,
ଦୀପକ ଜ୍ୟୋତିରଲେଲହୀନ ଶିଖା
ପରି ସେ ସଦା ସରସ ।।

ପରଷ ମାସରପାହାନ୍ତି କାକର
ଶୀତଳତା ସ୍ନେହ ଭରା,
କୋଇଲିର ଗାନତାନ ତା’ ପଞ୍ଚମ
ଚିତ୍ତ ଚୋରା ମନୋହରା ।।

ପାଗଳ ଭ୍ରମରଫୁଲର ଉପର
ଘୁରି ଘୁରି ଝୁମେ କାହିଁ ,
ସାଗର ବୁକୁରେନିର୍ଲିପ୍ତ ହେବାକୁ
କାହିଁକି ଉନ୍ମତ୍ତ ନଈ ।।

ତୁମରି ଯତନେଚାଲେ ଏ ସଂସାର
ବୃକ୍ଷ, ତରୁଲତା ଗିରି,
ଆଶିଷ ଅପାରଢାଳ ହେ ଈଶ୍ଵର
ପ୍ରାଣୀ ଦୁଃଖ ନିଅ ହରି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top