କବିତା

ମନେ ପଡ଼େ ସେଇ ପୁରୁଣା ଦିନ

Munna Mohapatra's odia poem Mane pade sei puruna dina

ଘର ଅଗଣାରେ, ସାହି ରାସ୍ତାପରେ
ହଜାଇଛି କେତେ ଅଭୂଲା ସ୍ମୃତି,
ଫେରି କି ଆସନ୍ତା, ସେଇ ଦିନ ମୋର
ପୁଣି ଯେ ଗାଆନ୍ତି, ସେ ବାଲ୍ୟ ଗୀତି ।

ମନେ ପଡ଼େ ସେଇ ପୁରୁଣା ଦିନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମନେ ପଡ଼େ ସେଇ ପୁରୁଣା ଦିନ
ଦେଖିଥିଲି ମୁଁ ଯେ କେତେ ସପନ,
ବାଲିଖେଳ ଆଉ ଅଝଟ ପଣି’ଆ
ମୋ’ ଅତୀତର ହଜିଲା ଦିନ ।

ଘର ଅଗଣାରେ, ସାହି ରାସ୍ତାପରେ
ହଜାଇଛି କେତେ ଅଭୂଲା ସ୍ମୃତି,
ଫେରି କି ଆସନ୍ତା, ସେଇ ଦିନ ମୋର
ପୁଣି ଯେ ଗାଆନ୍ତି, ସେ ବାଲ୍ୟ ଗୀତି ।

ଟୁଉକୁ ମୁସି ବା ଜହ୍ନମାମୁଁ ଗୀତ
ମନେ ପଡ଼େ ଏବେ ସଖା ସଙ୍ଗାତ,
ସମୟ ଚକ୍ରର ନାହିଁ ପୂର୍ଣ୍ଣଛେଦ
ଚାଲିଛି ସେ ପରା, ଅନବରତ ।

କେତେ ବଦଳିଛି ମୋହରି ଦୁନିଆ
ଆଉ କି ଫେରିବ ସେଇ ଅତୀତ,
ଅତୀତରୁ ଆସି ବର୍ତ୍ତମାନେ ଉଭା
ଭବିଷ୍ୟତ ସତେ କରେ ଜାଗ୍ରତ ।

ସେ ଅତୀତ ମୋର ଚାଲିତ ଯାଇଛି
ବର୍ତ୍ତମାନ ମୋର ଉଭା ଯେ ଗରବେ,
ସ୍ୱାଗତ କରୁଛି ମୋର ଭବିଷ୍ୟତ
ନିଦ୍ରା ଭଙ୍ଗ କରି, ଆସହେ ବେଗେ ।

ଭୟ ଲାଗେ ପୁଣି ଲାଗେ କୌତୁହଳ
ରହିବ କେମିତି ଆଗାମୀ ଦିନ,
ଭଲ ହେଉ ଅବା ହେଉ ସେ ଖରାପ
ତଥାପି ବ୍ୟାକୁଳ ହୁଏ ମୋ’ ମନ ।

କିଛି ଯେ ଅତୀତ, କିଛି ବର୍ତ୍ତମାନ
କିଛି ଭବିଷ୍ୟତ ଆମ ଜୀବନ
ସମସ୍ତିଙ୍କ ସ୍ନେହ, ଶ୍ରଦ୍ଧା ପାଇ ପ୍ରଭୁ
ଦୁଃଖେ ସୁଖେ ସରିଯାଉ ମୋ’ ଦିନ ।

ହୁଅନ୍ତୁ ସେ ରାମ ଅବା ସେ ଶ୍ରୀକୃଷ୍ଣ
ସଦା ଯେ ନଥିଲେ, ଧରା ଭୂମିରେ,
କିଏ ଆଜି ଯିବ, କିଏ ଅବା କାଲି,
ସଭିଏଁ ତ ଆମେ ଯିବା ସତ୍ୱରେ ।

2 Comments

2 Comments

  1. ashutosh tripathy

    June 30, 2016 at 8:15 pm

    very heart touching

    • ଶ୍ରୀ ମୁନ୍ନା ମହାପାତ୍ର

      Munna Mohapatra

      June 30, 2016 at 9:11 pm

      Dhanyabad sir …. sorry to say due to busy in business …. so late responce ….

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top