ମନର ଭାବନା ରହିଥାଏ ମନେ ମନେ
ଓଠରୁ ଖସିଲେ
ଫେରେ ନାହିଁ ଆଉ ଦିନେ !
ଦେଇଥିବା କଥା ଭୁଲିଯାଇପାରେ କେହି
ଶୁଣିଥିବା କଥା କିଏ ଭୁଲିପାରେ ନାହିଁ
ଜଳାଏ ମନକୁ
ସ୍ମୃତି ତା’ର ନିଶିଦିନେ !
ପଦଟିଏ କଥା ଭାଙ୍ଗିଦିଏ ସବୁ ଆଶା
ପଦଟିଏ କଥା ଭରିଦିଏ ମନେ ନିଶା
କଥାର କୁହୁକ
କରେ ଯିଏ କହି ଜାଣେ !
କଥା ପଦଟିଏ ମଳୟ ମହକଭରା
ପଦିଏ କଥା ବି ବଇଶାଖୀ ଟାଣ ଖରା
ମନ ହଜିଯାଏ
କଥାର କୁହୁକ ବନେ !
