ବ୍ୟଙ୍ଗକବିତା

ବାଳୁଙ୍ଗା ଟୋକା

Manas Ranjan Subuddhi's odia satire poem Balungaa Tokaa

କେମିତି ହେଲି ମୁଁ ବାଳୁଙ୍ଗା ଟୋକା

ବାଳୁଙ୍ଗା ଟୋକା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବଡ଼ ମଣିଷ ହେବାକୁ ପାଠ ପଢ଼ିଲି
ଚାକିରି ପାଇଁକି ଧକ୍କା ଖାଇଲି
ଥକିଗଲି ଯେବେ ବୁଲି ବୁଲିକା
ମଦ ପିଇ କଲି ମନ ହାଲୁକା,
କେମିତି ହେଲି ମୁଁ ବାଳୁଙ୍ଗା ଟୋକା ।

ଆଜି ନବୀନ ବୟସୀ ବାଳା ଦେଖିଲି
ଭଞ୍ଜ କବି ପରି ଗଳାମାଳା କରିଲି
ଦୁଇ ଘରେ ଶତ୍ରୁ ହେଲେ ଆମ ପାଇଁକା
ପୃଥ୍ଵୀରାଜ ବନି ଆଣିଲି ସଂଯୁକ୍ତା,
କେମିତି ହେଲି ମୁଁ ବାଳୁଙ୍ଗା ଟୋକା ।

ମିଠା କଥା କହିବାକୁ ପାନ ଖାଇଲି
ଭୋଲାବାବା ଭକତିରେ ଧୁଆଁ ଟାଣିଲି
ଦାଢ଼ି ନିଶ ବଢ଼େଇଲି ବ୍ରତ ରଖିକା
ମୋଟା ଚାନ୍ଦା ଝଡ଼େଇଲି ପୁଜା ପାଇଁକା,
କେମିତି ହେଲି ମୁଁ ବାଳୁଙ୍ଗା ଟୋକା ।

ମଧୁବାବୁ ପରି ମୁଣ୍ଡେ ଠେକା ଭିଡ଼ିଲି
ଗାନ୍ଧୀ ବୁଢ଼ା ପରି ହାତେ ଠେଙ୍ଗା ଧରିଲି
ବାପୁ କଥା ମାନିନେଲି ଖଦୀ ପିନ୍ଧିକା
ଜନସେବା ଲାଗି ହେଲି ବିରୋଧୀ ନେତା,
କେମିତି ହେଲି ମୁଁ ବାଳୁଙ୍ଗା ଟୋକା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top