ଯେକୌଣସି ହାନିକାର ଦୁଷ୍ପ୍ରଭାବ ପକାଉଥିବା ଉପଚାରର ପ୍ରାକୃତିକ ଏବଂ ଚିକିତ୍ସାହିତ ପ୍ରକ୍ରିୟାଟି ହେଉଛି ମୁଦ୍ରା । ମୁଦ୍ରା ଆୟୁର୍ବେଦିକ ସିଦ୍ଧାନ୍ତ ଅନୁସାରେ କାର୍ଯ୍ୟ କରେ । ଆୟୁର୍ବେଦ ହିସାବରେ ସମସ୍ତ ରୋଗ ଉତ୍ପତ୍ତିର କାରଣ ହେଉଛି ମନୁଷ୍ୟ ମଧ୍ୟରେ ଥିବା ତିନୋଟି ଉପାଦାନ ବାତ, ପିତ୍ତ ଏବଂ କଫର ଅସନ୍ତୁଳନ । ହସ୍ତର ମୁଦ୍ରା ଦ୍ୱାରା ବାତ, ପିତ୍ତ ଏବଂ କଫ ମାତ୍ରାର ବୃଦ୍ଧି ଅଥବା ହ୍ରାସ କରାଯାଇପାରିବ ଯାହା ଫଳରେ ଅସନ୍ତୁଳିତ ମାତ୍ରାକୁ ସନ୍ତୁଳିତ କରାଯାଇ ଆରୋଗ୍ୟ ହୋଇପାରିବା । ହସ୍ତର ପ୍ରତ୍ୟେକଟି ଅଙ୍ଗୁଳିକୁ ବିଭିନ୍ନ ଭଙ୍ଗୀରେ ରଖାଯାଇ ମୁଦ୍ରା କରାଯାଏ । ହସ୍ତ ମୁଦ୍ରାସନ ମାଧ୍ୟମରେ ବିଭିନ୍ନ ରୋଗକୁ ଠିକ୍ କରିପାରିବ । ହସ୍ତ ମୁଦ୍ରାର ଅସାଧାରଣ ଶକ୍ତି ଅଛି ଯାହା ଦ୍ୱାରା ଆପଣ ନିଜ ସ୍ୱାସ୍ଥ୍ୟର ସ୍ଥିତିକୁ ସନ୍ତୁଳିତ କରିପାରିବେ ଏବଂ ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିପାରିବେ । ସନ୍ତୁଳନ ଏବଂ ପ୍ରତିରୋଧ ଶକ୍ତି ସହିତ ଆପଣ ସହଜରେ ଯେ କୌଣସି ରୋଗରୁ ଆରୋଗ୍ୟ ଲାଭ ହୋଇପାରିବେ ।
ସେଥିଲାଗି ଯଥାର୍ଥରେ ଗୁଣିଜନମାନେ କହି ଯାଇଛନ୍ତି “ନିଜ ହାତେ ଜଗନ୍ନାଥ !”
ମୁଦ୍ରା ଚିକିତ୍ସାର ଲାଭ
ମୁଦ୍ରା ଚିକିତ୍ସାର ଲାଭ ଅନେକ ପ୍ରକାରର ।
୧. ମୁଦ୍ରା ଅଭ୍ୟାସ ସହଜ ।
୨. ମୁଦ୍ରା ଅନ୍ୟାନ୍ୟ ଚିକିତ୍ସା ତୁଳନାରେ ସବୁଠୁଁ ସରଳ ଅଟେ ।
୩. ମୁଦ୍ରାର କୌଣସି ପ୍ରକାରର ପାର୍ଶ୍ଵପ୍ରଭାବ ନାହିଁ ।
୪. ମୁଦ୍ରା ସୁରକ୍ଷିତ ଏବଂ ଏକ ନିଃଶୁଳ୍କ ପ୍ରାକୃତିକ ଉପଚାର ।
ଏହା ଏକ ଆତ୍ମ ଉପଚାର ଅଟେ । ରୋଗ ନ ହେବା ପାଇଁ ଏହା ଏକ ରକ୍ଷାଣାତ୍ମକ ପଦକ୍ଷେପ ହିସାବରେ ବ୍ୟବହାର ଉପଯୋଗୀ ଅଟେ ।
ଯେକୌଣସି ବ୍ୟକ୍ତିର ସ୍ୱଭାବ ଏବଂ ଶାରୀରିକ ଗଠନାବଳୀର ବିଶ୍ଲେଷଣ ଦ୍ୱାରା ରୋଗର ମୁଖ୍ୟ କାରଣ ଜଣାପଡ଼ିଥାଏ ଏବଂ କିଛି ମୁଦ୍ରାର ଅଭ୍ୟାସ ଦ୍ୱାରା ତାକୁ ଠିକ୍ କରାଯାଇଥାଏ ।
ଜାତି, ଧର୍ମ, ବର୍ଣ୍ଣ, ବୟସ, ଲିଙ୍ଗ, ନିର୍ବିଶେଷରେ ମୁଦ୍ରାଗୁଡ଼ିକର ସାର୍ବଭୌମିକ ଆବେଦନର ଆନନ୍ଦ ନିଅନ୍ତୁ ଏବଂ ନୂଆ, ପୁରୁଣା ସବୁ ପ୍ରକାରର ରୋଗଠାରୁ ନିଜକୁ, ନିଜ ଆତ୍ମୀୟ ସ୍ୱଜନଙ୍କୁ ଆରୋଗ୍ୟ ରଖନ୍ତୁ ।
ମୁଦ୍ରା ଚିକିତ୍ସା ଅନ୍ୟ ଚିକିତ୍ସା ସହିତ ମଧ୍ୟ କରାଯାଇପାରେ, ଆୟୁର୍ବେଦର ଏକ ଅଂଶ ହୋଇଥିବାରୁ ଏହା ଆୟୁର୍ବେଦ ଔଷଧ ସହିତ ବିଶେଷ ରୂପରେ ବହୁତ ଭଲ ଭାବେ କାର୍ଯ୍ୟ କରିଥାଏ ।
ଏତେ ସବୁ କଥା ଲେଖିଲା ପରେ ମଧ୍ୟ ଆପଣ ମନରେ ପ୍ରଶ୍ନ ଆସୁଥିବ ଯେ ସତରେ କ’ଣ ଏହା କାମ କରେ, ନା ଏସବୁ ମତିଭ୍ରମ, ବିଶ୍ୱାସ ଅବିଶ୍ୱାସ, ମାନେ ମସ୍ତିଷ୍କର ଖେଳ । ଲୋକେ ବିଶ୍ୱାସ କରନ୍ତି ସେଥିଲାଗି ବୋଧେ ମୁଦ୍ରା ଫଳପ୍ରଦ ହୁଏ, ବିନା ବିଶ୍ୱାସରେ ଏସବୁ ଫସର ଫାଟିଯିବ ।
ବର୍ତ୍ତମାନ ସମସ୍ତେ ଏହାର ପରିଣାମ ପାଇସାରି ଏହା କେତେ ଫଳପ୍ରଦ ଓ ସୁରକ୍ଷିତ ଚିକିତ୍ସା ଅନୁଭବ କରିସାରିଲେଣି । ମୋଟା ମୋଟି ଭାବେ କହିବାକୁ ଗଲେ ଏହା ଆପଣଙ୍କ ଉପରେ ନିର୍ଭର କରୁଛି ଯେ ଆପଣ କ’ଣ ବିଶ୍ୱାସ କରିବାକୁ ଚାହୁଁଛନ୍ତି, କିନ୍ତୁ କହିବାକୁ ଗଲେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ପରି ଏହା ମଧ୍ୟ ଅକାଟ୍ୟ ସତ୍ୟ ଯେ ମୁଦ୍ରା ବହୁତ ଭଲ କାମ କରେ ଏବଂ ଜଣେ ଅବିଶ୍ୱାସୀ ମଧ୍ୟ ଅଭ୍ୟାସ କଲା ପରେ ପରିଣାମ ନିଶ୍ଚିତ ଭାବରେ ପାଇପାରିବେ ଏବଂ ବିଶ୍ୱାସ କରିବାକୁ ବାଧ୍ୟ ହେବେ ।
ମନ୍ଦବୁଦ୍ଧି ଏପରିକି ପାଗଳ ଲୋକଙ୍କ ନିକଟରେ ଯେଉଁଠି ବିଶ୍ୱାସ ଏକ ପ୍ରଶ୍ନବାଚୀ ସେ ସ୍ଥାନରେ ମଧ୍ୟ ଏହା କାର୍ଯ୍ୟ କରେ, ଏପରିକି ଅର୍ଦ୍ଧ ଚେତନ ଏବଂ ଅଚେତ ବ୍ୟକ୍ତିଙ୍କର ଅଙ୍ଗୁଳିକୁ ମଧ୍ୟ ରବର ବ୍ୟାଣ୍ଡ ସାହାଯ୍ୟରେ ମୁଦ୍ରାର ଏକ ନିର୍ଦ୍ଦିଷ୍ଟ ଭଙ୍ଗୀରେ ରଖାଯାଏ ତାହା ଫଳପ୍ରଦ ହୁଏ । ମୁଦ୍ରା ଅସାଧାରଣ ରୋଗ ଗୁଡ଼ିକର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ ।
ପୁରାପୁରି ଯାନ୍ତ୍ରିକ ବିକାର ରୋଗ ଯେପରିକି ପରିପକ୍ୱ ମୋତିଆ ବିନ୍ଦୁ, କାନର ପର୍ଦ୍ଦାରେ ବଡ଼ କଣା ପ୍ରଭୃତି ରୋଗ ଗୁଡ଼ିକର ଚିକିତ୍ସା ପାଇଁ ଅସ୍ତ୍ରୋପ୍ରଚାର ଦରକାର ।
ମୃତ୍ୟୁମୁଖକୁ ନେଇଯିବା ରୋଗ ଯେପରି cancer, aids, encephalitis, diphtheria, heart failure, kidney failure, cirrhosis of the live, septicemia, gangrene ପ୍ରଭୃତି ରୋଗ ଗୁଡ଼ିକ ସକ୍ରିୟ ଚରମ ମୁଦ୍ରାକୁ ଆହ୍ୱାନ କରେ ଯାହାକି ଆଲୋଚନାର ଊର୍ଦ୍ଧ୍ଵରେ ।
ନାସ୍ତି ମୁଦ୍ରା ସମ କିଞ୍ଚିତ୍ ସିଦ୍ଧିତଂ କ୍ଷିତିମଣ୍ଡଳେ ।
– ତା’ପରେ –

Pingback: Empower your body through MUDRAS by Shraddhananda Moharana | Oriya Magazine ameodia.com