ବ୍ୟଙ୍ଗକବିତା

ଆଜିର ଉତ୍କଳ

Mohana Chandra Bisoyee's odia poem Aajira Utkala

ବାବୁରେ ଏବେ ସରି ଆସିଲା ତୋ ବେଳ,
ପୂର୍ବ ପୁରୁଷଙ୍କ ଗୁପତ ଧନକୁ
କରିସାରିଲେଣି ଖୋଳ ।

ଆଜିର ଉତ୍କଳ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଉତ୍କଳ ଉତ୍କୃଷ୍ଠ କଳାର ପ୍ରତିକ,
ନା କହି ହୁଏ ନା ସହି ହୁଏ
ମର୍ମେ ମରୁଛି ଦୁଃଖ ।

ଆଉ କେତେଦିନ କହି
ଗର୍ବକରିବ ଇତିହାସର କଥା,
ଆଉ କେତେଦିନ ଗର୍ବ
କରିବ ଗାଇ ପୂର୍ବପୁରୁଷଙ୍କ ଗାଥା ।

ବାବୁରେ ଏବେ ସରି ଆସିଲା ତୋ ବେଳ,
ପୂର୍ବ ପୁରୁଷଙ୍କ ଗୁପତ ଧନକୁ
କରିସାରିଲେଣି ଖୋଳ ।

ଜେଉଁଠି ମାଁଠୁ ପୁଅକୁ ଅଲଗା କରୁଛି
ଗରିବି ସାଜି ବଇରୀ,
ଦାଦନରେ ଯାର ଦିନ ସରିଯାଏ
କଲମ ପାରେନା ଧରି ।

ନଈବଢି ଦୁର୍ବିକ୍ଷ ମରୁଡି
ଯାର ଅଟେ ଭାଇ ଭଗାରି,
ସେ କିବା ମୁଣ୍ଡ ଟେକି ପାରିବ,
ବେକାରି ବୋଝକୁ ମୁଣ୍ଡେଇ ଧରି ।

ଜେଉଁଠି ଆଜିବି ପୁରିନି
ମାଁର ମମତା କୋଳ,
ଯେଉଁଠି ଆଜିବି ଚାଲିଛି
ଚାଷୀ ଝାଳକୁ ମୁଲଚାଲ ।

ଦେଖ କାଲିର ଉତ୍କୃଷ୍ଠ ଉତ୍କଳ,
ଆଜି ସାଜିଛି କାଙ୍ଗାଳ,
ନୟନରଜଳ ଉତ୍ସୃଙ୍ଖଳେ ପ୍ରବଳ
ଭାବି ଭବିଷ୍ୟତ କେତେ ଉଜ୍ୱଳ ।

ପୋସ୍କୋ ଚାଲିଗଲା ମିତଲ୍ ଭି ଗଲା
ବାକି ରହିଗଲା ଖଣି,
ଖଣିରୁ ଅର୍ଜିତ କଳାଧନ ସବୁ
ସୁଇସ୍ ବ୍ୟାଙ୍କରେ ବାନ୍ଧିଲେ ମୁଣି ।

କଣ ତଥାପି ପାରନା ଜାଣି,
ଏବେ ପାଣି ବି ପିଇଲ କିଣି,
ଏହି କଥାଟିକୁ ଚିନ୍ତାକରି ଦେଖ
ଆମେ କିପରି ହେବା ମଉଡମଣି ।

ମୁଁ ଓଡିଆ ମୋ ଦେଶ ବଢିଆ
କହି ଗର୍ବେ ମାରିବା ଫୁଟାଣି ।
ମୁଁ ଓଡିଆ ମୋ ଦେଶ ବଢିଆ
କହି ଗର୍ବେ ମାରିବା ଫୁଟାଣି ।

1 Comment

1 Comment

  1. Baidhar sethy

    August 8, 2016 at 3:20 pm

    Hi.this is very good poem.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top