କବିତା

ମୁଁ ଏକ ବିଧବା

Hitesh Kumar Mohapatra's odia poem Mun Eka Bidhabaa

ରଙ୍ଗୀନ୍ ଶାଢ଼ି ସବୁରୁ
ଗୁମୁରା ଗୁମୁରା ଗନ୍ଧ
ଅସ୍ତ ବ୍ୟସ୍ତ ବାଳ
ଖିନ୍‌ଭିନ୍ ଚୁଡ଼ିର ଖଣ୍ଡ
ଗାଲ ଜାକ ଚିହ୍ନ ଛଉର
ରାତି ଜଗି ବସିଛି ଦେଖିବା
ମୋ ଆଖିରେ ଲୁହର ଧାର

ମୁଁ ଏକ ବିଧବା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଧୋଇ ହୋଇଗଲା
ମଥାର ରକ୍ତ ସିନ୍ଦୂର
ନାଲି ପାଣି ହୋଇ, ବୋହିଗଲା
ଛାଡ଼ିଗଲା, କଳଙ୍କର ଗାର
କ୍ଷଣକ ମାତ୍ରେ, ବଦଳିଗଲା ସବୁ ନିୟମ
ଆଲୁଅ ଥାଇ ମଧ୍ୟ
ଚାରିଆଡ଼େ ଅନ୍ଧାର

ରଙ୍ଗୀନ୍ ଶାଢ଼ି ସବୁରୁ
ଗୁମୁରା ଗୁମୁରା ଗନ୍ଧ
ଅସ୍ତ ବ୍ୟସ୍ତ ବାଳ
ଖିନ୍‌ଭିନ୍ ଚୁଡ଼ିର ଖଣ୍ଡ
ଗାଲ ଜାକ ଚିହ୍ନ ଛଉର
ରାତି ଜଗି ବସିଛି ଦେଖିବା
ମୋ ଆଖିରେ ଲୁହର ଧାର

ଧଳା ଶାଢ଼ିର ଖୋଳ
ଭିତରେ, ମୁଁ ଏକ ଜୀଅନ୍ତା ଶବ
ଦୁନିଆଁ ଦେଖି କାବା
କାରଣ ମୁଁ ଆଉ ସେ ନୁହଁ
ମୁଁ, ଏକ ବିଧବା !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top