କବିତା

ବାପା

Hitesh Mohapatra's odia poem Baapaa

ଖରା, ବର୍ଷା, କାକର
ଧୂଳି, ମାଟି, ରାସ୍ତାର ଗୋବର
ଏ ସବୁଠୁ ବଞ୍ଚାଇବାର ସାମର୍ଥ୍ୟ
ଥାଏ ଏକ ବାପାର

ବାପା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଯଦି, ମା’ ଶବ୍ଦର ଉଚ୍ଚାରଣେ
ମିଳିଥାଏ ଶାନ୍ତି
ତେବେ, ବାପା ଡାକରେ ଥାଏ
ଅପୂର୍ବ ଶକ୍ତି

ଖରା, ବର୍ଷା, କାକର
ଧୂଳି, ମାଟି, ରାସ୍ତାର ଗୋବର
ଏ ସବୁଠୁ ବଞ୍ଚାଇବାର ସାମର୍ଥ୍ୟ
ଥାଏ ଏକ ବାପାର

ଅନ୍ତରର କୋହକୁ
ଅନ୍ତରେ ରଖି
ଚିନ୍ତାର ବନ୍ୟାକୁ
ଧୈର୍ଯ୍ୟର ବାଡ଼ ବାନ୍ଧଇ
ଭୟର ଅସ୍ତ୍ର ଆଗରେ
ସାହାସର ଢାଳ ଧରି
ଠିଆ ହେବା ଲୋକ
ହେଲେ ବାପା

କେବେ ହିଟ୍ଲର୍
ତ, କେବେ ଆଲେକ୍‌ଜାଣ୍ଡର୍
କେବେ ଚଣ୍ଡା ଅଶୋକ
ତ, କେବେ ଧର୍ମା ଅଶୋକ
ବାପାଙ୍କ ରୂପ ଅନେକ

କେବେ ଗୁରୁ
କେବେ ଦାର୍ଶନିକ
କେବେ ମୋ ପ୍ରିୟ ବନ୍ଧୁ,
ତ କେବେ ଲେଖକ

ଘରର ଛାତ
ନଉକାର ନାବିକ
ଆମ ଜୀବନର ଲେଖକ
ବାପାଙ୍କ ଭୂମିକା ବି ଅନେକ

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ
ଗୁରୁ ଦେବ ମହେଶ୍ୱର
ବାପା ହିଁ ପରବ୍ରହ୍ମ
ତମଠୁ ହିଁ ପାଇଛି ଏ ଜନ୍ମ !

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top