ଯେଉଁଠି ସଳଖି
ଠିଆ ହୋଇପାରିବାର
ଦମ୍ଭ ଖୋଜୁଥିଲି
ସେଇଟା ଥିଲା
ଚୋରାବାଲି !
ଧରିବାର ପାରୁପଣ
ଖେଳୁଥିଲା ଲୁଚକାଳି
ରାତି ଶେଷରେ
ଫେରିଗଲା ସ୍ୱପ୍ନ ସବୁ ସହ, ଆଉ
ମିଛ ସବୁକୁ ସାଇତି ରଖୁଥିଲି ସତ ପରି
ସେଇଟା ଥିଲା ଯାହା
ମରିଚିକା !
ସମୟ ସହ ବାଜିଧରି
ଆଗକୁ ଡେଇଁବାର
ଇଚ୍ଛା ସବୁ
ଧରିବି ନ ଧରିପାରିବାର
ବ୍ୟବଧାନରେ
ଅସଜଡ଼ା ସମୀକରଣ
ସେଇଟା ଥିଲା କିନ୍ତୁ
ଦିଗ୍ବଳୟ !
