କବିତା

କହ ତୁମେ ଜଗନ୍ନାଥ

କହ ତୁମେ ଜଗନ୍ନାଥ ବିଳାସେ ମଗନ
ଭୁଞ୍ଜିବାର ଲାଗି ଖଞ୍ଜା ଭୋଗ ଛପନ
ଶୟନ ନିମନ୍ତେ ସଜା ବଡ଼ ଦେଉଳ
ଦାନ ମିଳେ ତୁମ୍ଭେ ସିନା ନଭରେ ଭିକ୍ଷା ଥାଳ
ହେଲେ, ଏମିତି ଦେବତା କେଉଁଠି ମିଳନ୍ତା, ଦୁଃଖ ଶୁଣିବାକୁ ।

କହ ତୁମେ ଜଗନ୍ନାଥ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କହ ତୁମେ ଜଗନ୍ନାଥ କି ଅବତାର ନେଲ
ପିତାମାତା ଅଗୋଚର କି କୁଳେ ଜନ୍ମିଲ
ନାହିଁ ରାମ ଯଶ ଗାଥା ଗାନ କରିବାକୁ
ନାହିଁ କୃଷ୍ଣ ରାସ ଲୀଳା ଶୁଣି ତରିବାକୁ
ହେଲେ, ଏମିତି ଦେବତା କେଉଁଠି ମିଳନ୍ତା, ଭକ୍ତି କରିବାକୁ ।

କହ ତୁମେ ଜଗନ୍ନାଥ ନାହିଁ ହସ୍ତ ପଦ
ଭକତ ରକ୍ଷା ହେତୁ କେମନ୍ତେ ସମର୍ଥ
ଜନ୍ମରୁ କାଲ ବୋଲି ହୋଇଲ ନିର୍ବାକ
ସ୍ତବ୍ଧ ଚକିତ ତୁମ ନୟନ ଅପଲକ
ହେଲେ, ଏମିତି ଦେବତା କେଉଁଠି ମିଳନ୍ତା, ଦେଖି ଝୁରିବାକୁ ।

କହ ତୁମେ ଜଗନ୍ନାଥ ବିଳାସେ ମଗନ
ଭୁଞ୍ଜିବାର ଲାଗି ଖଞ୍ଜା ଭୋଗ ଛପନ
ଶୟନ ନିମନ୍ତେ ସଜା ବଡ଼ ଦେଉଳ
ଦାନ ମିଳେ ତୁମ୍ଭେ ସିନା ନଭରେ ଭିକ୍ଷା ଥାଳ
ହେଲେ, ଏମିତି ଦେବତା କେଉଁଠି ମିଳନ୍ତା, ଦୁଃଖ ଶୁଣିବାକୁ ।

କହ ତୁମେ ଜଗନ୍ନାଥ କି ପାପି ଦଣ୍ଡିଲ
ଧରା ଉଦ୍ଧାର ହେତୁ କି ଦୈତ୍ୟ ଖଣ୍ଡିଲ
ରଥାରୂଢ଼ ହୋଇ ଯୁଦ୍ଧେ ସ୍ଥାପିଲ କି ଧର୍ମ
ରଥେ ବସି ଯାତ୍ରା କର ନଥାଇ ସରମ
ହେଲେ, ଏମିତି ଦେବତା କେଉଁଠି ମିଳନ୍ତା, ମୁକତି ଦେବାକୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top