ଦୁରୁଗା ମାଆକୁ ପୂଜିଲେ କି ହେବ?
ନାରିକୁ ନଦେଇ ମାନ
ଘରେଘରେ ଯେଉଁ ମାଆ ଓ ଭଉଣି
କରି ତାଙ୍କ ଅପମାନ
ଯୁଗେଯୁଗେ ନାରୀ ଉପେକ୍ଷିତ ଅଛି
ଧରା ପୁରୁଷ ପ୍ରଧାନ
ସତ୍ୟ ଯୁଗରେ ଲକ୍ଷ୍ମୀ ମାଆ ମଧ୍ୟ
ସହିଛନ୍ତି କେତେ ତାନ
ଅହଲ୍ୟା ପରିକା ସତୀ ନାରୀ ହୋଇ
ପଥରେ ହେଲେ ପାଷାଣ
ତ୍ରେତୟା ଯୁଗରେ ଗର୍ଭବତୀ ମାତା
ସିତାଙ୍କୁ ଛାଡ଼ିଲେ ବନ
ଦ୍ୱାପର ଯୁଗରେ କୁରୁସଭା ତଳେ
ଅତ୍ୟାଚାରୀ ଦୁଃଶାସନ
ଦୌପଦୀଙ୍କୁ କଲା ନିଃବସ୍ତ୍ର ପ୍ରଚେଷ୍ଟା
ବସିଥିଲେ ଭୀଷ୍ମ ଦ୍ରୋଣ
ନାରୀ ସର୍ବଂସହା ନାରୀ ଜନ୍ମଦାତ୍ରୀ
ନାରୀର ସୃଷ୍ଟି ଏ ସ୍ରଷ୍ଟା
ସଭିଏଁ କୁହନ୍ତି ମାଟି ମା’ ସମ୍ମାନ
ଅନ୍ତରରେ ନାହିଁ ନିଷ୍ଠା
ସାମାଜିକ ପ୍ରାଣୀ ମଣିଷ ଏକାଳେ
କରୁଛି କିଭଳି କାଣ୍ଡ?
ପୁଅ ସମ୍ମୁଖରେ ମାଆର ଇଜ୍ଜତ
ଲୁଟି କରନ୍ତି ଉଦଣ୍ଡ
ମୁହଁ କଳା କରି ଦୁଇଜଣ ଭେଣ୍ଡା
ଏମିତି ଦେଲେ କଷଣ
ଜନମ ନଳିରେ ବେଣ୍ଡ ପୁରାଇଲେ
ବିଧବା ହାରିଲେ ପ୍ରାଣ
ଏହିପରି ଏକ ନାରୀ ଗରଭରୁ
ସେମାନେ ଜନମି ଥିଲେ?
ଦୟା ମାୟା ଭୁଲି ଏପରି ନିଷ୍ଠୁର
କିପରି ଦୁହେଁ ହୋଇଲେ?
ଯେଉଁ ସହଯୋଗୀ ବାହାରେ ଜଗିଲେ
ସରଗୁ କି ଥିଲେ ଖସି?
ଚାରିହେଁ ଚାରିକି ପଶୁ ହୋଇଗଲେ
ଭୁଲିକି ମାଆ ମାଉସି
ରଜ ସଜବାଜ ଦିନ ଆସିଥିଲା
ଭାବିଥିଲା ନିରିମାଖି
ଗରିବ ବିଧବା ରଜ ବି ପାଳିବ
ପୁଅର ମୁହଁକୁ ଦେଖି
ଇଜ୍ଜତ ସଂଗରେ ଜୀବନ ବି ନେଲେ
ପୁରୁଷ ବେଶେ ଭେଡ଼ିଆ
ସାରା ରାଇଜରେ ଉଦାସ ଖେଳିଲା
ସଂବାଦ ରଚିଲେ ନୂଆ
ଲଜ୍ଜ୍ୟାକର କଥା ଏପରି ଆଗରୁ
ଘଟିତ ନଥିଲା କେବେ
ବିଧବା ଆତ୍ମାର ସଦ୍ଗତି ହେଉ
ପ୍ରାଥନା କର ସରବେ
ସରକାର ନିତି ନୂଆ କରି ଗଢ଼ୁ
ଶିଘ୍ର କରି ସମାଧାନ
ଉପଯୁକ୍ତ ଦଣ୍ଡ ସଅଳ ଦେଇକି
ନାରୀର ରଖ ସମ୍ମାନ
