ଇତିହାସ

ଓଡ଼ିଶାରେ ଖଦି ପ୍ରସାର

Balaram Mohanty'd Odisha History

୧୯୨୫ ମସିହାରେ ଅଖିଳଭାରତ ଚରଖା ସଂଘ ସ୍ଥାପନ କଲେ ଏବଂ ଭାରତର ସବୁ ପ୍ରଦେଶରେ ଏହାର ଶଖାମାନ ଗଢ଼ାଗଲା

ଓଡ଼ିଶାରେ ଖଦି ପ୍ରସାର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜାତୀୟ କଂଗ୍ରେସର ପ୍ରତ୍ୟେକ୍ଷ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ ୧୯୨୨ ମସିହାଠାରୁ ସ୍ଥଗିତ ରଖାଯିବା ପରେ ଗାନ୍ଧିଜୀ ଖଦି ପ୍ରସାର ଭଳି ରଚନାତ୍ମକ କାର୍ଯ୍ୟକ୍ରମରେ ମନୋନିବେଶ କଲେ । ସେ ୧୯୨୫ ମସିହାରେ ଅଖିଳଭାରତ ଚରଖା ସଂଘ ସ୍ଥାପନ କଲେ ଏବଂ ଭାରତର ସବୁ ପ୍ରଦେଶରେ ଏହାର ଶଖାମାନ ଗଢ଼ାଗଲା । ପୂର୍ବରୁ ଗୋଟିଏ ଖଦିବୋର୍ଡ ସ୍ଥାପନ କରାଯାଇ ଖଦିକାମ ପ୍ରସାର କରାଯାଉଥିଲା । ଏହା ଅଧୀନରେ ପ୍ରାଦେଶିକ ଖଦି ବୋର୍ଡମାନ ଗଠନ କରାଯାଇଥିଲା । ଓଡ଼ିଶା ଖଦିବୋର୍ଡ ଦାୟିତ୍ୱରେ ଥିଲେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ । ଶଙ୍କର ଲାଲ ବ୍ୟାଙ୍କରଙ୍କ ଅଧ୍ୟକ୍ଷତାରେ ଯେଉଁ ଅଖିଳ ଭାରତ ଚରଖା ସଂଘ ସ୍ୱୟଂଚାଳିତ ଅନୁଷ୍ଠାନ ଭାବରେ ଗଠିତ ହେଲା, ଓଡ଼ିଶାର ନିରଞ୍ଜନ ପଟ୍ଟନକଙ୍କ ଅଧ୍ୟକ୍ଷତାରେ ଏହାର ଶାଖା କାର୍ଯ୍ୟ ହେଲା । ସେତେବେଳେ ଗଞ୍ଜାମ ଜିଲ୍ଲାର କୋଦଳା, ବୋଇରାଣୀ (ବର୍ତ୍ତମାନର କବିସୂର୍ଯ୍ୟନଗର), ପୁରୀ ଜିଲ୍ଲାର ବୋଲଗଡ଼ ଖଦି କାମର ପ୍ରଧାନ କେନ୍ଦ୍ର ହେଇଥିଲା । ବହୁ କଂଗ୍ରେସ କର୍ମ ଯେକି ଅସହଯୋଗ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ ସେମାନେ ଖଦି କାମରେ ଲାଗିଥିଲେ । ମହାତ୍ମା ଗାନ୍ଧୀ ତାଙ୍କ ଖଦି ଗସ୍ତ ଭିତରେ ୧୯୨୭ରେ ଓଡ଼ିଶାକୁ ଆସି ଖଦି କାମରେ ପ୍ରଧାନ କେନ୍ଦ୍ରମାନ ବୁଲି ଦେଖିଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top