ଇତିହାସ

ଉତ୍କଳ ଗୌରବ ମଧୁସୂଦନ ଓ ମହାତ୍ମା ଗାନ୍ଧି

Balaram Mohanty'd Odisha History

ମଧୁସୂଦନ ଏହି ଯୋତା କାରଖାନାକୁ କାହାରିକୁ ହସ୍ତାନ୍ତର କରିବାକୁ ଚାହିଁ ନଥିଲେ ।

ଉତ୍କଳ ଗୌରବ ମଧୁସୂଦନ ଓ ମହାତ୍ମା ଗାନ୍ଧି

ଘଟଣା କ୍ରମେ ଉତ୍କଳ ଗୌରବ ମଧୁସୂଦନ ୧୯୨୪ରେ ଅନୁଷ୍ଠିତ ଉପରୋକ୍ତ ପ୍ରାଦେଶିକ କଂଗ୍ରେସ ସମ୍ମିଳନୀରେ ଯୋଗ ଦେଇଥିଲେ । ସେ ୧୯୨୧ ମସିହାଠାରୁ ୧୯୨୩ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିହାର-ଓଡ଼ିଶା ପ୍ରଦେଶର ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଥିଲେ ଏବଂ ବିନା ଦରମାରେ ସେ ମନ୍ତ୍ରୀ ହୋଇ ରହିବା ପାଇଁ ପ୍ରସ୍ତାବ ଦେବାରୁ ବ୍ରିଟିଶ୍ ସରକାରଙ୍କ ସହିତ ତାଙ୍କର ମତଭେଦ ହେଲା ଏବଂ ସେ ଇସ୍ତଫା ଦେଇ ଚାଲି ଆସିଥିଲେ । ସେହିଦିନ ସେ ପୁଣି କଂଗ୍ରସରେ ସଭ୍ୟ ହୋଇଥିଲେ । ସେତେବେଳକୁ ମଧୁସୂଦନ ପ୍ରତିଷ୍ଠା କରିଥିବା ଜୋତା ଦୋକାନ (ଉତ୍କଳ ଟାନେରୀ)ର ଆର୍ଥିକ ବ୍ୟବସ୍ଥା ଶୋଚନୀୟ ହୋଇ ଯାଇଥିଲା ଏବଂ ସେ ଦିଗରେ ସାହାଯ୍ୟ ବ୍ୟବସ୍ଥା କରିବା ପାଇଁ ସେ ମହାତ୍ମାଗାନ୍ଧୀଙ୍କୁ ନିବେଦନ କରିଥିଲେ । ୧୯୨୫ ମସିହାରେ ତାଙ୍କର ଜୋତା ଦୋକାନ ଦେଖିବା ପାଇଁ ମହାତ୍ମାଗାନ୍ଧୀ କଟକ ଆସିଥିଲେ । ଏହା ପୂର୍ବରୁ ଗାନ୍ଧିଜୀ କେବେହେଲେ କୌଣସି ବ୍ୟକ୍ତିଗତ ନିମନ୍ତ୍ରଣରେ କେଉଁଠିକି ଯାଇନଥିଲେ । କଟକକୁ ଆସିବାବେଳେ ଗାନ୍ଧିଜୀ ଉତ୍କଳ ପ୍ରାଦେଶିକ କଂଗ୍ରେସକୁ ମଧ୍ୟ ଜଣାଇନଥିଲେ । ଗାନ୍ଧିଜୀ ମଧୁସୂଦନଙ୍କ ଅତିଥି ହୋଇ ତାଙ୍କ ଜୋତା କାରଖାନା ପରିଦର୍ଶନ କରିଥିଲେ । ତାଙ୍କ ସାଙ୍ଗରେ ସେ ସ୍ୱଦେଶୀ ଯୋତା ଶିଳ୍ପରେ ଆଗ୍ରହୀ ଗାନ୍ଧିବାଦୀ ସତୀଶ ଚନ୍ଦ୍ର ଦାସଗୁପ୍ତ ଓ ଜଣେ କଲିକତା ବ୍ୟବସାୟୀଙ୍କୁ ମଧ୍ୟ ସାଙ୍ଗରେ ଆଣିଥିଲେ, ମାତ୍ର ମଧୁସୂଦନ ଏହି ଯୋତା କାରଖାନାକୁ କାହାରିକୁ ହସ୍ତାନ୍ତର କରିବାକୁ ଚାହିଁ ନଥିଲେ ।

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top