ତୁମେ ଗଲା ପରେ
ଆମ୍ୱଡ଼ାଳେ ଆଉକୋଇଲି କହୁନି କୁହୁ,
କାହିଁକି କେଜାଣି ତୁମେ ଗଲାପରେ
ଭଲ ବି ଲାଗୁନି ଆଉ ।
ତୁମେ ଗଲା ପରେ
ଫଗୁଣ ଅବିରଲାଗେ ମତେ ଫିକା ଫିକା,
ସାଥିଙ୍କ ମେଳରେ ବୁଲୁଥିଲେ ସୁଦ୍ଧା
ଲାଗେ ସଦା ଏକା ଏକା ।
ତୁମେ ଗଲା ପରେ
ସଙ୍ଗୀତର ସୂରପୂଲକ ଭରୁନି ମନେ
ଶ୍ରାବଣ ସମାନ ଲୁହକୁ ଝରାଇ
ଆଖିଚାହେଁ ଅଭିମାନେ ।
ତୁମେ ଗଲାପରେ
ଭଲ ଲାଗେନାହିଁକାହାରି ପଦଟେ କଥା,
ମନର ମଇନା ଖୋଜୁଥାଏ ସଦା
ତୁମରି ସ୍ନେହ ମମତା ।
ତୁମେ ଗଲା ଦିନୁ
ତୁମରି ବାଟକୁଚାହିଁଛି ଚାତକ ପରି,
ଆଶା ତ ଏତିକି –
ତୁମେ ମୋତେ ଆଉ ଦେବନାହିଁ ପରକରି ।
