କବିତା

ଜୟ ଜଗନ୍ନାଥ

Jaya Jagannath an odia poem by Debadatta Mishra

ଯଦି ଅଧଗଢା ପ୍ରଭୁ ତୁମ୍ଭ ଦୁଇ ହାତ
କେମିତି କରିଲ ଦୁଷ୍ଟ କୁମ୍ଭୀରର ହତ
ଦାସିଆ ହାତରୁ ବାହି ନେଲ ଯେ ନଡିଆ
ବନ୍ଧୁ ମହାନ୍ତିଙ୍କୁ ଦେଲ ଭୋଗର ଥାଳିଆ

ଜୟ ଜଗନ୍ନାଥ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏ ଜଗତ ଅସମ୍ପୂର୍ଣ୍ଣ
ଅସମ୍ପୂର୍ଣ୍ଣ ମଣଷିର ବୁଦ୍ଧି, ମତି, ଗତି
ବୁଝେନା ସେ ତୁମ୍ଭ ଲୀଳା
ଭାବନାରେ ତୁମେ କାଠର ମୂରତୀ

ଯଦି ଅଧଗଢା ପ୍ରଭୁ ତୁମ୍ଭ ଦୁଇ ହାତ
କେମିତି କରିଲ ଦୁଷ୍ଟ କୁମ୍ଭୀରର ହତ
ଦାସିଆ ହାତରୁ ବାହି ନେଲ ଯେ ନଡିଆ
ବନ୍ଧୁ ମହାନ୍ତିଙ୍କୁ ଦେଲ ଭୋଗର ଥାଳିଆ

ଦାସେଙ୍କ ବାଲି ରଥରେ ଯେ ପ୍ରଭୁ ଆବିର୍ଭାବ
ଏ ମଢୂ ସଂସାର ବାଣୀ ପାଦ ନାହିଁ ତବ
ତୁମ୍ଭ ଚକାଝଡାଲା ପ୍ରଭୁ ସଦା ଅପଲକ
ଲଙ୍ଘିବାକୁ ସଂସାରର ସର୍ବ ଦୁଃଖ, ଶୋକ ।।

ସୂକ୍ଷ୍ମ ନୁହେଁ ରୂପ ଆହେ ଭାବଗ୍ରାହୀ
ପିମ୍ପୁଡି ଠୁ ବୃକ୍ଷ ମଧ୍ୟେ ତୁମେ ଅଛ ରହି
ଏ ସାରା ଜଗତେ ବ୍ୟାପ୍ତ ପ୍ରଭୁ ତୁମ ସତ୍ତା
ସୀମାହୀନ ରୂପଧାରୀ ହେ ବିଶ୍ଵନିୟନ୍ତା ॥

ହେ ଅନନ୍ତରୂପଧାରୀ ! ହେ ବିଶ୍ଵ ଶକତି !
ମଣିମା ଶୁଣିମା ହେଉ ଅଧମ ବିନତୀ
ଅଜ୍ଞାନତା ନାଶ ହେଉ ବ୍ୟାପ୍ତ ଜଗତରୁ
ଜୟ ଜଗନ୍ନାଥ ଝରୁ ମାନବ ମୁଖରୁ ॥

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top