କବିତା

ଅବ୍ୟକ୍ତ

Abyakta odia poem by Manjurani Mishra

ଛାପିଦିଏ ସବୁ ସମ୍ଭାବନା
ଶବ୍ଦ ସବୁ ବରଫ ପାଲଟେ
ସପନର ଇଲାକାରେ
ଛୁଇଁ ଯାଉଥିବା ଅସମାପ୍ତ ସ୍ଵରର

ଅବ୍ୟକ୍ତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ନିର୍ଜନ ଆଲୁଅର ଆର୍ତ୍ତନାଦ
ନୀଳ ଋତୁର ପୃଥିବୀ ଭିତରେ
ଅପହୃତ ସ୍ଵପ୍ନମାନଙ୍କ ଆବାଜ
ନିଖୋଜ ସ୍ମୃତିର ପାଦ ଶବ୍ଦ
ବିଷର୍ଣ୍ଣ ଦିନ ସବୁର କୋଳାହଳ
ଅବାସନ୍ନତାର ଉତ୍ତରିୟଟିଏ
ଅନାତ୍ମୀୟ ସୂର୍ଯ୍ୟର ଚୁମ୍ବନ
ଫୁଲଙ୍କର ଓଠ ଚିବୁକରେ
ଧୂସର ଆକାଶର ଛାଇ
ଅକସ୍ମାତ ଅଟକି ଯାଉଥିବା
କଳ୍ପନାର ସବୁଜ ଦ୍ଵିପରେ
ଆତ୍ମ ସମର୍ପଣର ଉଦାର ମନଟି

ଇଚ୍ଛା ସବୁ ଭୟଙ୍କର
କ୍ଷୁଧାର ଅରଣ୍ୟ
ସମୟର ଶିରାଳ ପାପୁଲି
ଛାପିଦିଏ ସବୁ ସମ୍ଭାବନା
ଶବ୍ଦ ସବୁ ବରଫ ପାଲଟେ
ସପନର ଇଲାକାରେ
ଛୁଇଁ ଯାଉଥିବା ଅସମାପ୍ତ ସ୍ଵରର
ଗଜଲଟିଏ
ଝୁଲିଯାଏ ଓଦା ଓଦା ନିସଙ୍ଗ କାରୁଣ୍ୟ
କେମିତି ମୁଁ ମାଗିବି
ଆୟୁଷ୍ମାନ ସକାଳ ସବୁକୁ
କେଉଁଠି ଖୋଜିବି

ତୁମରି ଠିକଣା
ନିରୁଦବେଗ ମୁହୂର୍ତ୍ତ ମାନଙ୍କ
ଭିଡ଼ରେ
କାହାକୁ ମାଗିବି
ଠାକୁରଙ୍କୁ ଅଳି କରିବି
ସବୁଜ ପତ୍ରଟେ ପାଇଁ
କେଉଁ ବୃକ୍ଷର ଶାଖାରେ
କା ଓଠରେ ହସ ହୋଇ
ଝରି ପଡ଼ିବାକୁ
କେଉଁଠି ଖୋଜିବି
ପ୍ରଶାନ୍ତିର ନୀଳ ନୀଳ ଢ଼େଉ
ମୋ ମନର ପ୍ରଥମ ଚିଟାଉ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top