ଯଦି ସହିଦ ହୋଇଯାଏ ଯୁଦ୍ଧର ମୈଦାନରେ,
ମୋତେ କଫିନ ଭିତରେ ଘରକୁ ପଠାଇଦେବେ ।
ବିରତ୍ୱ ମେଡାଲ କୁ ମୋ ଛାତି ଉପରେ ରଖିଦେବେ ।
ଯଦି ଟଳି ପଡେ ଏହି ମାଟି ମା ର ବକ୍ଷ ରେ,
ସେହି ମା ର ଧୂଳି କୁ ମୋ ମଥା ରେ ବୋଳିଦେବେ ।
ଯେଉଁ ମାଟି ମା ର କୋଳ ରେ ଜନ୍ମ ନେଇଥିଲି ,
ସେହି ମାତୃଭୂମି ର ସୁରକ୍ଷା ପାଇଁ ଜୀବନ ହାରିଲି ।
ଯଦି ମୋ ବରଦି ରକ୍ତ ଛିଟା ରେ ଅସମ୍ମାନୀତ ହୁଏ।
ମୋ ଶରୀର କୁ ତ୍ରିରଙ୍ଗା ରେ ଲୁଚାଇ ଦେବେ ।
ଯଦି ମୋ ରାଇଫଲ ରେ ରାଉଣ୍ଡ ରହିଯାଇଥାଏ,
ତାକୁ ମୋ ସାଥି ଯବାନ ଙ୍କୁ ହସ୍ତାନ୍ତର କରିଦେବେ।
ଏବଂ ଯୁଦ୍ଧ ରେ ବିଜୟ ପାଇଁ ମୋ ଛାତି ,
ଉପରେ ଚଢ଼ି ଆଗକୁ ବଢ଼ିବାକୁ ଆଦେଶ ଦେବେ ।
ମୋ କମାନ ଅଧିକାରୀ ଙ୍କୁ ଜଣାଇଦେବେ ,
ମୁଁ ଶତ୍ରୁ କୁ ଦମନ କରିବାରେ ସଫଳ ହୋଇଛି ।
ମୋ ବାପା ଙ୍କୁ କହିଦେବେ ଆଉ ବ୍ୟସ୍ତ ହେବେନି,
ମୁଁ ତାଙ୍କୁ ଆଉ କେବେ ଅସୁବିଧାରେ ପକାଇବିନାହିଁ।
ମୋ ମା କୁ କହିଦେବେ ମୋତେ ଅପେକ୍ଷା କରିବନି,
କାରଣ ମୁଁ ଆଉ କେବେ ତା ପାଖକୁ ଫେରିବି ନାହିଁ ।
ତାକୁ ବୁଝାଇଦେବେ ମୋ ପାଇଁ ଗର୍ବ କରିବ ,ତା ପୁଅ
ନା ସବୁଦିନ ପାଇଁ ଇତିହାସ ରେ ଛାପି ହୋଇଯାଇଛି।
ମୋ ଭାଇ କୁ କହିଦେବେ ପଢ଼ା ଚାଲୁ ରଖିବାକୁ ,
ଆମ ପରିବାର ର ଦାୟିତ୍ଵ ଏବେ ତା ଉପରେ ।
ଆଉ ମୋ ପରି ସେନା ରେ ଯୋଗ ଦାନ ,
କରି ନିଜ ମାଟି ମା ର ସୁରକ୍ଷା କରିବ ।
ମୋ ଭଉଣୀ କୁ କହିଦେବେ ମୋ ରାଖି କିଣିବନି,
ତା ପାଇଁ ମୋ ବିରତ୍ୱ ମେଡାଲ ଶେଷ ଉପହାର ।
ମୋ ଜେଜେବାପା ଙ୍କୁ କହିଦେବେ ଆଉ ରାଗିବେନି,
ମୁଁ ଆଉ କେବେ ତାଙ୍କ ସହ ଥଟ୍ଟା କରିବି ନାହିଁ ।
ମୋ ବୁଢ଼ିମା ଙ୍କୁ କହିଦେବେ ମୋତେ ଝୁରିବେନି ।
କାରଣ ସୂର୍ଯ୍ୟଦ୍ୱୟ ପରେ ଆଉ ମୁଁ ଉଥିବି ନାହିଁ ।
ମୋ କମ୍ପାନୀ ଯବାନ ମାନ ଙ୍କୁ କହିଦେବେ ମନ ଦୁଃଖ ,
କରିବେ ନାହିଁ ଆଉ ମୋ ପରି ନିଜର ଶ୍ରେଷ୍ଠ ଦେବେ ।
ମୋ ଟ୍ରେନିଂ ଷ୍ଟାଫ ଙ୍କୁ କହିଦେବେ ତାଙ୍କ ର କଠୋର,
ପ୍ରଶିକ୍ଷଣ ର ଅବଦାନ ପାଇଁ ମୁଁ ଆଜି ସଫଳ ହୋଇଛି ।
ମୋ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କୁ କହିଦେବେ ,
ଶେଷ ରେ ମୁଁ ତାଙ୍କ ଉପଦେଶ ପାଳନ କରିଛି ।
ମୁଁ ଏମିତି କିଛି କରିଛି ଯାହା ପାଇଁ ଆଜି ,
ମୋ ପରିବାର ,ମୋ ମାତୃଭୂମି ଗର୍ବିତ ।
ମୋ ସାଙ୍ଗ ମାନ ଙ୍କୁ କହିଦେବେ ଭୁଲିଯିବା ପାଇଁ,
ସେମାନଙ୍କୁ ମୁଁ ଆଉ କେବେ ଦେଖା କରିବିନି ।
ସର୍ବଶେଷ ରେ ମୋତେ ଭଲ ପାଉଥିବା ସେହି ,
ବାନ୍ଧବୀ କୁ ବୁଝାଇଦେବେ ମୋତେ କ୍ଷମା କରିଦେବ ।
ମୁଁ ତାକୁ ଦେଇଥିବା କଥା ରଖିପାରିଲିନି,କାରଣ
ଗୋଟେ ସୈନିକ ର ଜନ୍ମ ଛତ୍ରୁର ଗୁଳି ଖାଇବା ପାଇଁ।
ସେହିଦିନ ମୋର ଆତ୍ମା ବି ବହୁତ ଗର୍ବିତ ହବ ,
ଯେଉଁ ଆଶା ନେଇ ସେନା ରେ ଯୋଗଦାନ ,
କରିଥିଲି ସେ ଆଶା ମୋର ପୂର୍ଣ ହୋଇଛି ।
