ନବବର୍ଷ ଆସେ ଆନନ୍ଦ ଉଲ୍ଲାସେ
ନାଚି ଗାଇ ଯିବା ଝୁମି
ବଣଭୋଜି ଖାଇ ଭୁଲିଯିବା ନାଇଁ
ସଫା କରିବାକୁ ଭୁମି
ଗଛ ମୂଳ ଛାଡି ଚୁଲା ବସାଇବା
ଜଙ୍ଗଲ ସୁରକ୍ଷା ପାଇଁ
ବନସ୍ତ ଅଗ୍ନିର ଭୟାବହ ରୁପ
କିଏ ବା ନଜାଣେ ଭାଇ?
ବନ୍ୟ ଯନ୍ତୁଯୁନ୍ତା ପରିବେଶ ଚିନ୍ତା
ସବୁ ମଣିଷ ଦାୟୀତ୍ୱ
ମନେ ନ ହେଜିଲେ ଜୀବନ ବିପନ୍ନ
କରି ନାଶିବା ଅସ୍ତିତ୍ୱ
ଜଳ ପ୍ରପାତକୁ ବୁଲିଗଲା ବେଳେ
ମାତ୍ରାଧିକ ନିଶା ତ୍ୟାଗ
ପୈତୃକ ପ୍ରାଣର ପ୍ରଥମେ ସୁରକ୍ଷା
ପଛେ କର ଉପଭୋଗ
ବଡଦିନଠାରୁ ଦୁଇଟି ସପ୍ତାହ
ଫଟୋ ଉଠା ରଖି ଲୟ
ଆନନ୍ଦେ ବିଭୋର ହୋଇ ଭୁଲନାହିଁ
ସେଲଫି ମୃତ୍ୟୁର ସମୟ
