କବିତା

ଲକ୍ଷ୍ମୀ ଆସିଛନ୍ତି ଘରକୁ ମୋର

Sesha Bhusan Acharya

ପାଛୋଟି ନେଲି ମୁଁ କରି ଆଦର
ଲକ୍ଷ୍ମୀ ଆସିଛନ୍ତି ଘରକୁ ମୋର

ଲକ୍ଷ୍ମୀ ଆସିଛନ୍ତି ଘରକୁ ମୋର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଲକ୍ଷ୍ମୀ ଆସିଛନ୍ତି ଘରକୁ ମୋର
ଦେଖରେ ଦେଖରେ ରୂପ ତାଙ୍କର

ଛିଣ୍ଡା ଫ୍ରକ କୁ ନୁଖୁରା ବାଳ
ଖାଲି ପାଦ ତେଣେ ବୋହୁଛି ଝାଳ

ସିଝି ଯାଇଅଛି ଖରାରେ ମୁହଁ
ଫଟା ଓଠ ଆଉ ଧୂସର ଦିହ

ପଚାରିଲି “ମା” ଇଏ କି ରୂପ ?
ନ କହନ୍ତି କିଛି ରୁହନ୍ତି ଚୁପ

ପାଛୋଟି ନେଲି ମୁଁ କରି ଆଦର
ଲକ୍ଷ୍ମୀ ଆସିଛନ୍ତି ଘରକୁ ମୋର

ଯେ ଲକ୍ଷ୍ମୀ ଭାବିଛ ଇଏ କି ନୁହଁ ?
ଲକ୍ଷ୍ମୀ ଘର ପାଖ କମାର ଝିଅ

ବୁଲି ବୁଲି ସିଏ କଲେନୀ ଯାକ
“ମା ଗଣ୍ଡେ ଦିଅ” ଛାଡ଼ଇ ଡାକ

ଲକ୍ଷ୍ମୀ ତ ଲକ୍ଷ୍ମୀ ନିଅ କି ଦିଅ
ଘରକୁ ଡାକିବ ଠିକଣା ନିଅ

କହି ବି ପାରିବ ତୁମେ ଏଥର
ଲକ୍ଷ୍ମୀ ଆସିଛନ୍ତି ଘରକୁ ମୋର

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top