ଇତିହାସ

ଗାନ୍ଧୀ-ଇରଉଇନ୍ ଚୁକ୍ତି

Balaram Mohanty'd Odisha History

ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ ।

ଗାନ୍ଧୀ-ଇରଉଇନ୍ ଚୁକ୍ତି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

୧୯୩୦ ମସିହାରେ ବ୍ରିଟିଶ୍ ସରକାର ଭାରତର ଶାସନ ସଂସ୍କାର ସମ୍ୱନ୍ଧରେ ଆଲୋଚନାର କରିବା ପାଇଁ ତାଙ୍କ ମନୋନୀତ ପ୍ରତିନିଧିମାନଙ୍କୁ ନେଇ ପ୍ରଥମ ଗୋଲ୍‌ଟେବୁଲ୍ ବୈଠକ ଡକାଇଥିଲେ ମାତ୍ର ଏହି ବୈଠକକୁ କଂଗ୍ରେସ ବର୍ଜନ କରିଥିଲା । ବୈଠକ ଶେଷରେ ଭାରତର ଭବିଷ୍ୟତ ଶାସନ ଖସଡ଼ା ସମ୍ପର୍କରେ ଯେଉଁ ଘୋଷଣା କଲେ ତାକୁ ବିଚାରକୁ ନେବା ପାଇଁ ମହାତ୍ମାଗାନ୍ଧୀ ଓ ଜାତୀୟ କଂଗ୍ରେସ୍ କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କୁ ଜେଲ୍‌ରୁ ଖଲାସ କରି ଦିଆଯାଇଥିଲା । ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଗାନ୍ଧି ଇରଉଇନ୍ ଚୁକ୍ତି ସ୍ୱାକ୍ଷରୀତ ହେଲା । ସନ୍ଧି ସର୍ତ୍ତ ଅନୁସାରେ ସମଗ୍ର ଦେଶରେ ରାଜନୈତିକ ବନ୍ଦୀମାନେ ଖଲାସ ହେଲେ ।

ସେତେବେଳେ ବିହାରର ହଜାରୀବାଗ ଜେଲ୍‌ରେ ଆବଦ୍ଧ ଥିବା ଓଡ଼ିଶାର ରାଜବନ୍ଦୀମାନେ ଖଲାସ ହୋଇଥିଲେ । ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ । ସେମାନେ ପ୍ରଥମେ ବାଲେଶ୍ୱରଠାରେ ଓହ୍ଲାଇ ଶ୍ରୀଜଙ୍ଗ ଗ୍ରାମକୁ ଯାଇଥିଲେ ଓ ସେଠାରେ ଶ୍ରୀଜଙ୍ଗ ଅଧିବାସୀଙ୍କ ଉପରେ ଇଂରେଜ ସରକାରଙ୍କ ପୋଲିସର ଅତ୍ୟାଚାର କାହାଣୀ ଶୁଣି ଅଭିଭୂତ ହୋଇ ଯାଇଥିଲେ । ତା’ପରେ ସେମାନେ କଟକରେ ପହଞ୍ଚାଇବା ପରେ ସେମାନଙ୍କୁ ଅଦ୍ଭୂତପୂର୍ବ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେତେବେଳକୁ କଂଗ୍ରେସର କେନ୍ଦ୍ର କାର୍ଯ୍ୟାଳୟ କଟକରେ ସ୍ୱରାଜ ଆଶ୍ରମ ଇଂରେଜ ସରକାର ତାଲା ପକାଇ ବନ୍ଦ କରି ଦେଇଥିଲେ ଓ ସବୁ କାଗଜପତ୍ର ନେଇ ଯାଇଥିଲେ । ତେଣୁ କଂଗ୍ରେସ ସଂଗ୍ରାମୀମାନେ ଆସି କଟକ ଜୈନମନ୍ଦିରରେ ଅସ୍ଥାୟୀ ଭାବରେ ରହି କାର୍ଯ୍ୟ କରିଥିଲେ । କଟକଠାରେ କାଠଯୋଡ଼ି ନଦୀ ବାଲିଠାରେ ଆଚାର୍ଯ୍ୟ ହରିହର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀମତୀ ରମାଦେବୀ ବାନରସେନାଙ୍କ ନିଷ୍ଠାପର ଆନ୍ଦୋଳନ ଓ ସେମାନଙ୍କ ଉପରେ ଅତ୍ୟାଚାର କାହାଣୀ ବର୍ଣ୍ଣନା କଲାବେଳେ ସେଠାରେ ଉପସ୍ଥିତ ଜନତାଙ୍କ ଭିତରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା ।

୧୯୩୧ କରାଚି କଂଗ୍ରେସ ଅଧିବେଶନ ପରେ ଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ଅତିରିକ୍ତ ସଭ୍ୟ ଭାବରେ ପ୍ରଥମଥର ପାଇଁ ଓଡ଼ିଶାରୁ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ମନୋନୀତ ହୋଇଥିଲେ । ଓଡ଼ିଶାବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଥିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top