ଆଧୁନିକ ଯୁଗର ଆମେ ଶିକ୍ଷିତ ଲୋକ
ଆମ ପାଖରେ ଅଛି ସବୁ ପ୍ରକାରର ସାର୍ଟିଫିକେଟ [୧]
ଭାଷଣ-ପ୍ରବଚନରେ ଥାଏ ସତ୍ୟ କହିବାର ମହତ୍ୱ
କର୍ମ ଭୂମିରେ ମିଳେ ଦେଖିବାକୁ ଠିକ୍ ତାର ବିପରୀତ [୨]
ଶୁଣିଛୁ ପଢିଛୁ ରାମାୟଣ-ଗୀତା ଭାଗବତ
ଚିନ୍ତାଧାରାରେ ହେଲେ ନଥାଏ ତାର ଟିକେ ପ୍ରଭୂତ୍ୱ [୩]
କଥାରେ ଆମର ନାହିଁ କମା ଫୁଲଷ୍ଟପ୍
ପରନ୍ତୁ ଆଶାକରୁ ଲେଖାରେ ସଂଦ୍ଧିବିଚ୍ଛେଦ [୪]
ତର୍କ ବିତର୍କରେ ସବୁଠୁଁ ଆଗରେ ଥାଉ
ହେଲେ କର୍ମ କ୍ଷେତ୍ରରେ ପଛେଇ ଯାଉ [୫]
ଜାଣିଛୁ ବୁଝିଛୁଁ ଆମେ ଭଲମନ୍ଦର ଅନ୍ତର
ତଥାପି କରୁ ସ୍ୱାର୍ଥପର ବ୍ୟଭିଚାର [୬]
ଆମ ପାଖରେ ଅଛି ଜ୍ଞାନବିଜ୍ଞାନର ଭଣ୍ଡାର
କିନ୍ତୁ କର୍ମ ଆମର ସବୁଠୁଁ ଭୟଙ୍କର [୭]
ଖୋଜିବୁଲୁ ଗଡ଼ିବାକୁ ସୁନ୍ଦର-ସମୃଦ୍ଧି ସମାଜ
ଭୂଲିଯାଉ ଆମେ ନିଜେ ନିଜର ଅସ୍ଥିତ୍ୱ [୮]
ଏ ସଭ୍ୟ ସମାଜରେ ଆମେ ଅସଭ୍ୟ ଲୋକ !
