କବିତା

ଭକ୍ତିରେ ହିଁ ଶକ୍ତି

Pujarini Das's odia poem Bhaktire Hin Shakti

ଓଡ଼ିଶା ଜଗନ୍ନାଥ ଭୂମିରେ ମୋର ଜନ୍ମ, ପୁଣିସେ ଭାଦ୍ରବ ମାସର କୃଷ୍ଣପକ୍ଷ ଜନ୍ମାଷ୍ଟମୀ ଦିନ
ତା ସାଙ୍ଗରେ ନାମ ମୋର ପୂଜାରିଣୀ, ମୁଁ ଅଟେ ତା ପ୍ରେମ ଆଉ ଭାବନାସ୍ରୋତରେ ଏକ ସ୍ପନ୍ଦନ

ଭକ୍ତିରେ ହିଁ ଶକ୍ତି

ଓଡ଼ିଶା ଜଗନ୍ନାଥ ଭୂମିରେ ମୋର ଜନ୍ମ, ପୁଣିସେ ଭାଦ୍ରବ ମାସର କୃଷ୍ଣପକ୍ଷ ଜନ୍ମାଷ୍ଟମୀ ଦିନ
ତା ସାଙ୍ଗରେ ନାମ ମୋର ପୂଜାରିଣୀ, ମୁଁ ଅଟେ ତା ପ୍ରେମ ଆଉ ଭାବନାସ୍ରୋତରେ ଏକ ସ୍ପନ୍ଦନ (୧)

ନାମ ତାର ଜଗନ୍ନାଥ, ସେ ପୁଣି ଅଟେ ସୃଷ୍ଟିର ଏକ ପ୍ରଶ୍ନବାଚକ ଆଉ ରହସ୍ୟର ଗନ୍ତାଘର
କାରଣ ସେ ଅଦଭୂତ ରୂପ-ରଙ୍ଗ ବର୍ଣ୍ଣନାରେ ହିଁ ନ ଥାଏ ତାର ପ୍ରତିବନ୍ଦନର ଉପସଂହାର (୨)

ପ୍ରଭାତର ପ୍ରଥମ କିରଣର ଛବି ତାର ଅଟେ ମୋର ମୁଖମଣ୍ଡଳର ହସର କାରଣ
ସେ ପୁଲକିତ ପ୍ରତିବିମ୍ବରେ ଥାଏ ଅସରନ୍ତି ସ୍ନେହ-ମମତା ଆଉ ଆନନ୍ଦର ଏକ ଆକର୍ଷଣ (୩)

ସେ ଭକ୍ତିରେ ନ ଥାଏ ଛଳନା ଆଉ କପଟର ପ୍ରଶ୍ରୟ କି ମୋହ-ମାୟାର ଅହଂକାର
ପରନ୍ତୁ ସିଏତ ଅଟେ ଅନ୍ତର ଆତ୍ମାଦର୍ପଣର ଏକ ସ୍ଵଛଚିନ୍ତାଧାରାର ପବିତ୍ର ବନ୍ଦନର ସମାହାର (୪)

ତା ପ୍ରେମ ହିଁ ଅଟେ ନିସ୍ଵାର୍ଥପରର ଭାବନା ପୁଣି ମନ-ଲହଡ଼ିର ଏକ ସୁନ୍ଦରତମର ସ୍ଥିରତା
ସେ ଅଦ୍ଭୁତ ଚମତ୍କାରରେ ଥାଏ ଜଗନ୍ନାଥଙ୍କର ଆଶ୍ରିବାଦ ଆଉ ମନୁଷ୍ୟର ଚେଷ୍ଟା-ସଂକଳ୍ପର କ୍ଷମତା (୫)

ସେ ଅନୁଭୂତିରେ ଥାଏ ପୂର୍ଣ ସ୍ୱତନ୍ରତା ଆଉ ମୁଖମଣ୍ଡଳରେ ଏକ ହସର ଅନୁଖା ପାଖୁଡ଼ାର ଗହଣା
ସେ ଭାବନା ଅଟେ ବଡ ନିଆଁରା, ସତେ ଯେମିତି ଲାଗେ ବଦଳି ଯାଇଚି ଦୁନିଆର ଚେହେରା ଆଉ ଠିକଣା (୬)

ଅନ୍ତରେ ଅନୁଭବ ହୁଏ ତା ଭକ୍ତିରେ ଥାଏ ଅପାର ଅସରନ୍ତିର ଶକ୍ତି
ସେ ଶକ୍ତି ଅଟେ ଆମ ମନମନ୍ଦିରର ଭକ୍ତି ଆଉ ବନ୍ଦନର ମୁକ୍ତି (୭)
ଭକ୍ତିରେ ହିଁ ଥାଏ ଅନ୍ତର ଆତ୍ମାର ସଶକ୍ତି!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top