କବିତା

ହେ ମୋର ଗୁରୁ

Pujarini Das's odia poem He Mora Guru

ପ୍ରଦ୍ୱୀପ ପରି ଅନ୍ତର ମନକୁ ପ୍ରଜ୍ୱଳିତ କଲ, ସେ ତେଜରେ ପ୍ରବାହିତ ହେଲା ଆଶାର କିରଣ

ହେ ମୋର ଗୁରୁ

ମୋ ଜୀବନ ଆଜି ହୋଇଛି ସଫଳ-ସମୃଦ୍ଧି
ତୁମ ଆଶ୍ରିର୍ବାଦ ଆଉ ଆଶୀଷ ପାଇଁ
ହେ ମୋର ଗୁରୁ, ତୁମେ ଅଟ ମୋ ଜୀବନର ଉତ୍ସାହ ଆଉ ମନର ବୁଦ୍ଧି

ଆଜି ମୁଁ ଦେଖିଛି ଦୁନିଆ, ଜାଣୁଛି ସଂସାରିକ-ମୋହମାୟାର ପରଦା
ସେ ସବୁ ହୋଇଛି ସମ୍ଭବ କେବଳ ତୁମ ମାର୍ଗଦର୍ଶନ ଆଉ ଶିକ୍ଷାର ପରିଭାଷା
ହେ ମୋର ଗୁରୁ, ତୁମ ଅଟ ମୋ ଜୀବନର ଉଚ୍ଛ ଆକାଂକ୍ଷାର ଏକ ସ୍ୱଚ୍ଛ ଶିଖା

ମାତା-ପିତା ପରେ ତୁମେ ଯେ ହେଲ ମୋ ଜୀବନର ପଥମ ଶିକ୍ଷକ ଆଉ ଲେଖକ
ଯିଏ ଭରିଦେଲା ମୋ ଜୀବନକୁ ଗଣିତ-ବିଜ୍ଞାନ ଏବଂ ଜାଣିବାର ଜିଜ୍ଞାଶା
ହେ ମୋର ଗୁରୁ, ତୁମେ ଅଟ ମୋ ଜୀବନର ଭାଷା ଆଉ ସ୍ଵପ୍ନର ମାର୍ଗଦର୍ଶକ

ତୁମେ ପଢ଼ିପାର ମନର ଆଶଙ୍କା, ପୁଣି କର ନିରାକାରଣର ସମାଧାନ
ଅଗ୍ନିଜ୍ୟୋତି ପରି ପ୍ରକାଶିତ କଲ, ପୁଣି ଭରିଦେଲ ବଞ୍ଚିବାର ଇଚ୍ଛାଶକ୍ତି
ହେ ମୋର ଗୁରୁ, ତୁମେ ଅଟ ମୋ ଜୀବନର ଅସରନ୍ତି ସିଦ୍ଧି ଆଉ ସଂକଳ୍ପଉର୍ଜ୍ଜାର ମନନ

ପ୍ରଦ୍ୱୀପ ପରି ଅନ୍ତର ମନକୁ ପ୍ରଜ୍ୱଳିତ କଲ, ସେ ତେଜରେ ପ୍ରବାହିତ ହେଲା ଆଶାର କିରଣ
ପ୍ରସାର କଲ ସାରାସଂସାରରେ ଆଗ୍ରହ-ନିଷ୍ଠା-ପ୍ରୟାଶର ବୀଜମନ୍ତ୍ର ହିଁ ଅଟେ ଜୀବନର ଚିନ୍ତନ
ହେ ମୋର ଗୁରୁ, ତୁମେ ଅଟ ମୋ ଜୀବନର ଜାଗରଣ ଆଉ ମନମୁକ୍ତିର ଉଦାହରଣ

ହେ ମୋର ଗୁରୁ, ତୁମେ ଅଟ ମୋ ଜୀବନର କାୟା, ମନର ଛାୟା, ଆଉ ଆତ୍ମାର ଦିୟା !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top