କବିତା

ଗୋଟିଏ ଚଷାଘରର ଦୃଶ୍ୟ

Dr Dilip Kumar Swain's odia poem Gotie Chashaagharara Drushya

ଫଟାମାଟିର ଆଁ ଭିତରେ ମିଳେଇଯାଏ
ବାପାଙ୍କ ସ୍ୱପ୍ନ
ଏଇ ବିଲରୁ ଧାନଗଲେ
ବୋଉ ପକାଏ ହୁଳହୁଳି ମାଣ ଓଷାରେ
ନୂଆଖାଇ ଦିନ ମକର ଚାଉଳ
ଦିଏ ଏଇ ଲକ୍ଷ୍ମୀବିଲ ।

ଗୋଟିଏ ଚଷାଘରର ଦୃଶ୍ୟ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅକ୍ଷିତୃତୀୟା ଦିନ
ବାପାଙ୍କ ଆଖି ଦିଶେ ଲୁହ ଛଳଛଳ ।

ଦାଣ୍ଡର ବଳଦବନ୍ଧା ଜାଗାରେ
ଏବେ ଦୁଇଟା ଖାଲି ଖୁଣ୍ଟ
ଖୁଣ୍ଟର ସାମର୍ଥ୍ୟ କହୁଚି
ଆମ ଚାଷବାସର ଇତିହାସ ।

ଗୋଟିଏ ଖୁଣ୍ଟ ମୋ ବାପା
ଆରଟି ବୋଉ ।

ଏସନ ଧାନତଳି ରୋଇବାକୁ ମୂଲିଆ ମିଳିଲେନି
ପଡ଼ିଆ ପଡ଼ିଲା ପାଞ୍ଚମାଣ ବିଲ
ଦୁଆରର ଧାନ ଅମାର
ପୋତି ହୋଇଗଲାଣି କେବେଠୁ ।
ଅଠର ଗଉଣିଆ ଅଖା
ଏବେ ଦିଶିଲାଣି ଚରିତ୍ରହୀନ ।

ଅକ୍ଷିତୃତୀୟା ଦିନ
ବାପାଙ୍କ ଆଖି ଦିଶେ ଲୁହ ଛଳଛଳ ।

ବାପା ଯାଆନ୍ତି ନଈକୂଳ
ସେଇଟା ଆମର ଲକ୍ଷ୍ମୀବିଲ ।
ଫଟାମାଟିର ଆଁ ଭିତରେ ମିଳେଇଯାଏ
ବାପାଙ୍କ ସ୍ୱପ୍ନ
ଏଇ ବିଲରୁ ଧାନଗଲେ
ବୋଉ ପକାଏ ହୁଳହୁଳି ମାଣ ଓଷାରେ
ନୂଆଖାଇ ଦିନ ମକର ଚାଉଳ
ଦିଏ ଏଇ ଲକ୍ଷ୍ମୀବିଲ ।

ଦି’ଟଙ୍କିଆ ଚାଉଳ ଖାଇ
ମୂଲ, ମୂଲିଆ ମାଲାମାଲ ।
କ୍ଷେତକୁ ପାଣି ନାହିଁ
ବିଲକୁ ବିହନ ନାହିଁ
ବିଲ ନୁହେଁ ବୀମା ବାଣ୍ଟୁଛନ୍ତି ସର୍‌କାର ।

ଅକ୍ଷିମୁଠି ଆଉ ସଜାଡ଼ନା ବୋଉ
ବାପା କ’ଣ ଆଉ ଫେରିବେ ?

ଆଜିର ଦିନରେ କ’ଣ ଭାବୁଚ ତୁମେ ?
ଜହ୍ନ ନୁହେଁ
ମୁଠାଏ ଧାନ ଖସିପଡ଼ନ୍ତା କି ଆକାଶରୁ ।
ମୋତେ କାନ୍ଧରେ ବସେଇ କହନ୍ତ
ଧାନ ନେବ ଧାନ
ଲକ୍ଷ୍ମୀବିଲ ଧାନ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top