ଆଜିଯାଏ କ'ଣ କରିଛି ସିଏ ? ବାପା ଏବେ ସୁଅ ମୁହଁର ପତର ବୋଉ ଧୁମାଳ ଉଡ଼େଇ ଦେଇଥିବା ଚାଳ ଛପର ସବାରୀଏ ଲୁହ ନେଇ ଭଉଣୀ ଯାଇନି ଏଯାଏ...
ଏଠି ଲୁହରେ ସୂର୍ଯ୍ୟାସ୍ତ ହୁଅ ପ୍ରତିଦିନ ବିପଯ୍ୟାର ବଂଶୀ ବାଜେ ଦିଗ୍ବଳୟରୁ କ୍ରମଶଃ ଛେଉଣ୍ଡ ହୁଏ ଗୋଟେ ସବୁଜ ଗାଆଁ ଯନ୍ତ୍ରଣାର ଯମଦୂତ ସାଜି ସମୁଦ୍ର ଭିଡ଼ିନିଏ ସମସ୍ତଙ୍କୁ କାଳ...
ସୂର୍ଯ୍ୟ ଖସି ପଡିଲେଣି ପାହାଡ଼ ଖୋଲକୁ ମୟୂରମାନେ ଓଦାଲୁଗା ପିନ୍ଧି ନାଚିଲେଣି ପତ୍ରଗହଳରେ ।
କନ୍ଦର୍ପ କହିଲେ ଆପଣ ଯାହାକୁ ବୁଝନ୍ତି ଇଏ ନୁହେଁ ସେଇ ଭଦ୍ରଲୋକ ଫୁଲ ଶର, ରତି ଓ ମେନକାଙ୍କ ସହ ବାବୁଙ୍କ ଅପଡ଼ ।
ରାତି ଆସୁ ଆସୁ ତା' ଦେହକୁ କଣା କରି ଅମୃତ ତକ ପିଇ ଦେଇ ଶୋଇଯାଏ କଳାଘୁମର ଦୈତ୍ୟ ।
ଏ ଜଙ୍ଗଲ ମୋତେ ଉତ୍ତେଜିତ କରେ ବସନ୍ତ ଆସିଲେ ଏଠି ଗଛ ମାନେ ନୂଆ ଶାଢ଼ୀ ପିନ୍ଧି ପ୍ରେମିକା ପ୍ରେମିକା ଲାଗନ୍ତି ।
ଠିକାଦାରର ତତଲା ନଜର ବୁଝିପାରନ୍ତି ମାଇପିପଲ ପଥରଭଙ୍ଗା ପଞ୍ଝାରେ ଗାରେଇ ଦିଅନ୍ତି ତା’ ଗୋରା ଗାଲ ।
ପ୍ରେମ ପାଇଁ ଆମେ ସାଇତୁଥିଲେ ଫୁଲ, ଚିଠି, ସ୍ୱପ୍ନଭରା ରାତି ଡାଇରୀ ଭର୍ତ୍ତି କବିତା ନିର୍ମାଲ୍ୟ ପରି ଲୁହ ।
ଝିଅ ଝରକା କଡରେ ବସି କବିତା ଲେଖୁନି ତ ! ଶ୍ରାବଣ ଆସିଲେ ନଈଟିଏ ହୋଇ ବହିଯିବନି ତ ?
ଏବେ ତୋ ଚୁଲ୍ବୁଲ୍ ଛାତି ଉପରେ ତତଲା ଇଟାଭାଟିର କୋକେଇ ତୋ' ଧବଳ ସତୀତ୍ୱକୁ ଲୁଟି ଚାଲିଛନ୍ତି ମାଳ ମାଳ ଟ୍ରକ୍ ।
ବୋଉ ଜାଣେ ଏ ସବୁ ଭାବିପାରୁନି ଆଗକୁ ।
ଶାଳପତ୍ରର ସବୁଜ ପଣତରେ ଆଦିବାସୀ ଝିଅର ଲୁହ ମୁଁ ଦେଖିଛି ଏଇଠି ଦୁଃଖକୁ ଚୁଲ୍ଲୀରେ ଜାଳି ଭାତ ରାନ୍ଧୁଥିବା ପୃଥିବୀ ଦେଖିଛି ଭୋକ ଆଉ ଦୁଃଖ ପରାସ୍ତ ହୋଇଥିବା ସ୍ୱର୍ଗ...
ହେ ମିଛ ଚୁମ୍ୱନର ନାୟକ ଥରେ ହାତରେ ବେଲୁନ୍ ଧରି ଆସ । ରାହା ଧରି ଥିବା ପୁଅ ମୋର ତୁନି ପଡ଼ିଯାଉ ମୁହଁରୁ ଲିଭିଯାଉ କଳାଦାଗ ।
ଫଟାମାଟିର ଆଁ ଭିତରେ ମିଳେଇଯାଏ ବାପାଙ୍କ ସ୍ୱପ୍ନ ଏଇ ବିଲରୁ ଧାନଗଲେ ବୋଉ ପକାଏ ହୁଳହୁଳି ମାଣ ଓଷାରେ ନୂଆଖାଇ ଦିନ ମକର ଚାଉଳ ଦିଏ ଏଇ ଲକ୍ଷ୍ମୀବିଲ ।
ଏବେ କମ୍ପାନୀବାଲା ହକାରିଲେଣି ତୋ ଦେହକୁ ତାଡ଼ି ବସିବ ତତଲା ଲୁହା କାରଖାନା ଗଦା ଗଦା ପାଉଁଶ ଭକ୍ଭକ୍ ଧୂଆଁ ଭିତରେ ବାଞ୍ଝ ହେବ ତୋ ବେଉଷଣ ମାଟି ।
ବସନ୍ତ ଆସିଲେ ଆସୁ ମୋର ହବାର ନାହିଁ ପ୍ରେମିକ ତମ ଦେହ ମଶାଣିରେ ନିଆଁ ପୁଇଁବା ଛାଡ଼ିଦେଇଚି ମୁଁ ।
ଏବେ କାହିଁକି ଦଳ ଦଳ ପକ୍ଷୀମାନଙ୍କୁ ଦେଖିଲେ ମୋର ଗୀତ ଗାଇବାକୁ ମନ ହୁଏ ।
ମୋତେ କାଠୁରିଆକୁ ଖୋଜିବାକୁ ହେବ ରାଜାମାନେ ଜଙ୍ଗଲ ସବୁ କାଟିବା ପୂର୍ବରୁ ଖୋଜିବାକୁ ହେବ ।
ମେଘରେ ମୁହଁ ମାଜୁଥିବା ପାହାଡ଼ ବୁଡ଼ନ୍ତା ସୂର୍ଯ୍ୟର ରଙ୍ଗ ଅନ୍ୟମନସ୍କ କରେ ଯେଉଁଠି ତା'ର ନାଁ ଚଣ୍ଡିଖୋଲ ଛକ ଏଇଠି ମୋତେ ଓହ୍ଲେଇବାକୁ ହେବ ।
ଫୁଟା କଳସୀଟି ଘରକୁ ନେଲ ଯେ ଏବେ ଲହଡ଼ା ମାରୁଚି ପାଣି ଦାଣ୍ଡସାରା ନାଁ ଛାଡ଼ି ପାରୁଚ ପାଣିପିଆ ଭାଙ୍ଗିପାରୁଚ ମାଠିଆ ।
ଓଃ ! ମୋର ସରିଯାଇଛି ପିଲାଦିନ ପାଦୁକ ଓ ବେଲପତ୍ର ବଦଳରେ ବାପା କ'ଣ ଦେଇଥାନ୍ତେ ମୋତେ କୋକାକୋଲା ଚକୁଳି ବଦଳରେ ପିଜା ।
ଶେଷ ଟ୍ରେକର ଡ୍ରାଇଭର୍ ଯାଚିଥିଲା ତା' ପାଖର ସିଟ୍ ତା' ଦାଢ଼ି, ଆଖି, ଇସାରାକୁ ଭରସିଲାନି ବାସନ୍ତୀ । ନିଃଶ୍ୱାସ ନେଇ ନେଇ ଗଡ଼ିଗଲା ଶେଷଗାଡ଼ି ।
ପାଚିଲା ଧାନ କ୍ଷେତରେ ଦଳଦଳ ହାତୀଙ୍କ ମେଲଣ ହାତୀଖୁରା ତଳେ ଦଲି ହୋଇଯାଉଚି ସ୍ୱପ୍ନ ହାତୀ ଗୋଡ଼ାଉଥିବା ଲୋକେ ସ୍ୱର୍ଗକୁ ଗଲେଣି ହରିବୋଲ !
ଜହ୍ନରାତି କଥା ଭାବି ଭାବି କିଶୋରୀଝିଅ ଗୋଡ଼ ପୂରେଇଦେବ ଚୁଲ୍ଲୀରେ ଭାବୁଚକି ? ବାରୀକବାଟ ଖୋଲି ଯିବ ଆମ୍ବତୋଟାକୁ ?
ବାର ପାହାଡ଼ର ମୁଣ୍ଡିଆ ଉପରେ ଦିଶିଲାଣି ତୃତୀୟା ତିଥିର ଜହ୍ନ ଡୁଙ୍ଗୁରା ଚୂଡ଼ାର ମନ୍ଦିର ରୁ ଧୂପ, ଦୀପ ବାସିଭୋଗ ଖାଇ ନାଚି ନାଚି ଆସୁଚି ଜହ୍ନ ରାତି ଜ୍ୟୋତିବିହାରକୁ...
ଯମୁନାକୁ ଯିବା ବାଟରେ ପାଣି ମାଠିଆ ଫାଟିବାର ଦୃଶ୍ୟ ଆଉ ଲେଖିହେବନି କବିତାରେ । ନଈକୁ ଖୋଳି ଖୋଳି ପାଣି ଆଞ୍ଜୁଳାକୁ ଲୁହ ଆଞ୍ଜୁଳେ ପାଣି କାହିଁ ଯେ ?
ନଈ ଆରପାରି ହାଣ୍ଡିଆ ହାଟରୁ ଫେରି ନ ଥିବା ମା'କୁ କୂଳରେ ଠିଆ ହୋଇ ଡାକୁଥିବା ପୁଅର ତୃଷିତ ସ୍ୱର କବିତା ନୁହେଁ ତ କ'ଣ ?
ଆମ ଗାଁ ଦୀନା ଗୋସାଇଁ ଏବେ ଆଉ ନଇଁ ନଇଁ କାଟୁ ନାହିଁ ଧାନ ଦି'ଟଙ୍କିଆ ଚାଉଳ ମିଳିବା ଦିନୁ ଛାଡ଼ି ଦେଲାଣି ଧାନଚାଷ ।
ସେହି ଘରେ ଶୋଇଲେ ମୁଁ ସ୍ୱପ୍ନ ଦେଖେ ଘରେ କାଠ ନୁହଁ ଝୁଲୁଚି ଜେଜଙ୍କ ଅସ୍ଥିହାଡ଼, ମେରୁଦଣ୍ଡ ଏମିତି ସ୍ୱପ୍ନ କାହିଁକି ଦେଖେ ମୁହିଁ ? ମୋତେ ଲାଗେ ଏଇଠି...
ଯେଉଁ ଗଛର ଚେରକୁ ଉପାଡ଼ି ପାରିଲାନି ମହାବାତ୍ୟା ତାକୁ କାଟିବା କ'ଣ ଠିକ୍ କଥା ?
ଏ କଥା କ'ଣ ପୁଅ ବୁଝେ ମାଟିମୁଠାକୁ ଟଙ୍କା ମୁଠାଏ ମାଟି ବଦଳରେ ଲୋଡ଼ା କଂକ୍ରିଟ୍ ଆଭିଜାତ୍ୟ ।
ମୁହଁ ଶୁକେଇ ବସିଚି ବିଲ ମଲା ଚଢ଼େଇର ଥଣ୍ଟରେ ପାଚିଲା ଧାନର ଗୀତ ଅକ୍ଷିତୃତୀୟାର ଭୋଗ କାହିଁ ଯେ ?
ତଥାପି ଚାଷୀ ମରେନା ସବାଶେଷ ଦୁଃଖ ପାଇଁ ତପସ୍ୟାରେ ଥାଏ !
ପିଲାଦିନ କଥା ପଡ଼ିଲେ ପୁରୁଣା କଥାର ପେଡ଼ି ଖୋଲି ମୋ ଆଗରେ ଠିଆ ହୁଏ ଭୋକର ବ୍ରହ୍ମରାକ୍ଷସ ।
ଯାହା ପାଣିଟୋପାକ ଥିଲା ଝାଳ ହୋଇ ଝରିଗଲା ବାପାଙ୍କ କପାଳରୁ ବୋଉର ଚିରାଲୁଗା ଏବେ ପାଣି ଜୁଡୁବୁଡୁ ।
ଆଉ ଗୀତ ଗାଇବନି ଧାନବିଲ ବାପା ଫୁର୍କିନା ଉଡ଼ିଯାଇଚି ବଣି ଧାନଟିଏ ପୋତିଲନି ଯେ ନିଜକୁ ପୋତିଦେଲ ପଙ୍କରେ ।
ଗୋଟାଏ ଧାନ ପାଇଁ ବାପା ଯାଆନ୍ତି ମୂଲମାଗି ଚାଉଳ ମୁଠାଏ ପାଇଁ ଧାନକୁଟେ ବୋଉ ଘର ଘର ।
ସର୍ବଶିକ୍ଷାର ଭାତ, ଡାଲି ଖାଇ ଦଳଦଳ ପିଲାମାନେ ମାଗିବାକୁ ଯାଇଛନ୍ତି ଭିକ ଭୋକର ତାଟିଆରେ କିଛି ନ ଥାଏ ଫେରିବାବେଳେ ଲୁହ ଟୋପାଏ !
ଆପଣଙ୍କ ମତାମତ