ଅଣୁଗଳ୍ପ

କଦଳୀଚୋପା

Hemanta Kumar Rout's odia short story Kadalichopa

ଅସନାଟାକିରେ, ସେଗୁଡ଼ାକ ତଳେ ପଡ଼ିଚି ତାକୁ ଫୋପାଡ଼ି ଦେ’ ।

କଦଳୀଚୋପା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସେଦିନ ସକାଳେ ଦୁଇଟି ପିଲା ଛିଣ୍ଡା ସାର୍ଟ ପିନ୍ଧି ଶୀତରେ ଥରି ଥରି ଖାଲି ପାଦରେ ସହରର ସେଇ ନର୍ଦ୍ଦମା ପାଖରେ ପଲିଥିନ୍ ଗୋଟାଇବା ବେଳେ ହଠାତ୍ କଦଳୀ ଚୋପାଗୁଡ଼ା ତାଙ୍କ ଆଗରେ ପଡ଼ିଲା । ସେ ଦୁଇଜଣ ଦେଖିଲେ ଦୋତାଲା ଉପରୁ ରଙ୍ଗୀନ ପୋଷାକରେ ସଜେଇ ହୋଇ ଡଉଲ ଡାଉଲ ପିଲାମାନେ ବିସ୍କୁଟ ଓ କଦଳୀ ଖାଇ ହସୁଛନ୍ତି ।

ଛୋଟ ପିଲାଟି ତା’ର ଟିକି ଟିକି ଆଙ୍ଗୁଳିରେ ସେଇ କଦଳୀ ଚୋପାଗୁଡ଼ାକୁ ଗୋଟାଇ ଆଣିଲା । ବଡ଼ ପିଲାଟି ତାକୁ କହିଲା “ଛି, ସେଗୁଡ଼ା ଫୋପାଡ଼ି ଦେ’ ! ସେମାନେ ଖାଇସାରି ଚୋପାଗୁଡ଼ା ପକେଇଛନ୍ତି ।”

ଛୋଟ ପିଲାଟି କହିଲା, “ଚୋପାରେ ଲାଗିଥିବା ଟିକେ ଟିକେ କଦଳୀକୁ ମୁଁ ଦାନ୍ତେଇ ଖାଇବି ଭାରି ମଜା ହବ ।”

ବଡ଼ ପିଲାଟି କହିଲା, “ଅସନାଟାକିରେ, ସେଗୁଡ଼ାକ ତଳେ ପଡ଼ିଚି ତାକୁ ଫୋପାଡ଼ି ଦେ’ ।”

ଛୋଟ ପିଲାଟି କହିଲା, “ଚୋପାଗୁଡ଼ାକୁ ତ ଛେଳି, ମେଣ୍ଢା, ଗୋରୁ ଗାଈ, ଷଣ୍ଢ ମନଖୁସିରେ ଖାଉଛନ୍ତି । ଆମେ ଖାଇଲେ ଅସୁବିଧା କ’ଣ ?”

ହଠାତ୍ ଝଲକାଏ ପବନ ସେମାନଙ୍କୁ ଆଉଁସି ଦେଇ ବହିଗଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top