ନିରିମଳ ଝର ପାଣି କଳ କଳ ବହେ
ଗଛ ଲତା ପାହାଡ଼କୁ ତା’ ଗୀତ ଶୁଣାଏ ।
ଜୀବନରେ ସଦାବେଳେ ଆଗକୁ ବଢ଼ିବ
ଚଲା ବାଟେ ପଛ କଥା କେବେ ନ ଭାବିବ ।
ଧୈର୍ଯ୍ୟ ଧରି ଧୀର ହୋଇ ଚାଲିବ ଆଗକୁ
ପଥର ହେଲେ ବି ରୋକି ନ ପାରେ ତୁମକୁ ।
ନିରଳଶ ହୋଇ ତୁମେ କର ତୁମ କାମ
ପର-ଉପକାର ମନ୍ତ୍ର ସବୁଠୁ ଉତ୍ତମ ।
ଜୀବନ ଗୀତ
ଲେଖିଛନ୍ତି
ନିରଳଶ ହୋଇ ତୁମେ କର ତୁମ କାମ
ପର-ଉପକାର ମନ୍ତ୍ର ସବୁଠୁ ଉତ୍ତମ ।
