କବିତା

ନାମ ଲେଖା

Rahas Kumar Behera's odia poem Naama Lekha

ପୁଅର ଏବର୍ଷ ନାଁ ଲେଖା
ସେଥିପାଇଁ ଜନ୍ମ ପ୍ରମାଣ ପତ୍ର ,
ପାସ ପୋର୍ଟ ସାଇଜ ଫୋଟୋ ଇତ୍ୟାଦି …
ପୁଣି ନାଁ ଲେଖା ବେଳେ

ନାମ ଲେଖା

ପୁଅର ଏବର୍ଷ ନାଁ ଲେଖା
ସେଥିପାଇଁ ଜନ୍ମ ପ୍ରମାଣ ପତ୍ର ,
ପାସ ପୋର୍ଟ ସାଇଜ ଫୋଟୋ ଇତ୍ୟାଦି …
ପୁଣି ନାଁ ଲେଖା ବେଳେ
ଉଭୟ ବାପାମା’ ଉପସ୍ଥିତି ନିହାତି ରହିବା ଦରକାର
ଆଜିକାଲି ଇଂଲିଶ ମିଡିୟମ ସ୍କୁଲର
ଯେତେ ସବୁ ଲକ୍ଷେ କାଇଦା କଟାକଣା … ।

ମିସେସ,ସେଦିନ ସନ୍ଧ୍ୟାରେ ଫୋନେ କଲେ …
ଫେବୃଆରୀ ସତେଇସି ରେ ଯେମିତିହେଲେ
ଛୁଟିନେଇ ଆସିବ
ବାପା ଆଜି ପୁଅର ନାମ ଲେଖା ଫର୍ମ
ସ୍କୁଲରେ ଦାଖଲ କଲେ ବୁଝେଇଲେ ସେ,
ମୁଁ କିଛି ନକହି ଖାଲି ହଁ ଭରିଲି କଥାରେ ।

ଆଗକୁ ମାର୍ଚ୍ଚ ମାସ ସମୟ
ବେସରକାରୀ ଚାକିରୀରେ
ଏ ସମୟରେ ଛୁଟି ନେବା
ଭାରି ମୁସ୍କିଲ ନିଜକୁ ନିଜେ ଭାବିଲି
ହେଲେ,କଣ କିଛି ଗୋଟେ କରିବାକୁ ପଡିବ ନିଶ୍ଚୟ …।

ପୁଣି ମିସେସ ,କହିଲେ ଗୁରୁ ଗମ୍ଭୀର କଣ୍ଠରେ
ତାଙ୍କର ଆଧାର କାର୍ଡରେ ଆମ ସାଙ୍ଗିଆକୁ ନେଇ
ଆମର ବେହେରା ତାଙ୍କର ବାପ ଘର ଭୁତିଆ
ପୁଅର ଜନ୍ମ ପଞ୍ଜିକରଣରେ ତାଙ୍କର ନାଁ ‘ଭୁତିଆ ଅଛି
ହେଲେ ପରେ ତାଙ୍କର ଆଧାର କାର୍ଡରେ ବଦଳା ଯିବା
ଆମ ସାଙ୍ଗିଆ ବେହେରା ହେବାକୁ ନେଇ ।

ମୁଁ କହିଲି ,
ପୁଅର ନୂଆ ଜନ୍ମ ପ୍ରମାଣ ପତ୍ରଟିଏ କାଢ଼ିବା ବୋଲି ।

ତୁମ ଯୋଗୁ ଏତେ ସବୁ ଭୁଲ
ମିସେସ ରାଗିକି ନିଆଁ ଝୁଲ
ତୁମେ ତ ଆମ ଘରକୁ ଭଲ ପାଉନା
ଆମ ବାପ ଘର ସାଙ୍ଗିଆ ତ ଥିଲା
ହେଲେ ତୁମ ଘର କହିବା ମୁତାବକ
ପରେ ବଦଳେଇ ଦେଲ ସତ ନା ..
ଏବେ କଣ କରୁଛ କର ?

ମୁଁ ଟିକେ ତାଙ୍କୁ ପରିହାସରେ କହିଲି
ତୁମ ବାପା ତୁମ ନାଁ ବଦଳେଇବାକୁ କହିଲେ
ତୁମେ କାଳେ ତାଙ୍କ ସମ୍ପତ୍ତି ଦାବି କରିବ
ତେଣୁ ତାଙ୍କ ନାଁ ଆଧାର କାର୍ଡରୁ କାଟି
ତୁମ ନାଁ ରଖିଦେଲେ ବେହେରା ବୋଲି !

ମିସେସ ରାଗିକି ମୋ ଉପରେ ପଞ୍ଚମ
କହିଲେ ସବୁ କହିବ ଚଳିବ
ମୋ ବାପା, ଭାଇଙ୍କ କଥା କହିବନି
ମୁଁ ସମ୍ଭାଳିବିନି ଇତ୍ୟାଦି ଇତ୍ୟାଦି
କେତେ କଣ କଥା …।

ମିସେସଙ୍କୁ ବୁଝାଇଲା ବେଳକୁ ମୋବାଇଲ
ତାଙ୍କର ସୁଇଜ ଅପ ।

ସେଇଦିନୁ ଭାବିଲି
ଆଉ ତାଙ୍କ ବାପ ଘର ବିଷୟରେ କିଛିବି କହିବିନି ।

ପାଖରେ ଥିଲେ ଆମ ଅଫିସର ସଞ୍ଜୟ ବାବୁ
ଶୁଣି ଟିକେ ହସିଦେଲେ …
ମୁଁ କହିଲେ ସାରେ ,
ଘରଣୀ ମାନଙ୍କୁ ସବୁ କହିଲେ ଚଳିବ
ହେଲେ ତାଙ୍କ ବାପ ଘର କଥା କହିଲେ
ଏତେ ରାଗନ୍ତି ..କାରଣ କଣ ?

ଉତ୍ତରରେ ଅନେକ କଥା …..।

ପୁଣି ଭାବିଲି ଛାଡ଼ ,
ଯେମିତି ହେଉ ଫେବୃଆରୀ ୨୭ ରେ ଘରକୁ ଯିବାକୁ ପଡିବ
ପୁଅର ନାଁ ଲେଖା ହେବ ନା ‘ .. ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top