କବିତା

କି ବୁଝି ପାରିବି ମୁହିଁ ?

Gupteshwar Nanda's odia poem for children Ki Bujhi Paribi Muhin

ଷାଠିଏ ପଉଠି ନିତି ରନ୍ଧା ହୁଏ
ତୁମରି ବଡ ଦେଉଳେ
ଶବରୀ ଅଇଁଠା ଖିଆ ନାମ ଟାକୁ
କିଆଁ ବିଶ୍ୱ ଏଠି ବୋଲେ ?

କି ବୁଝି ପାରିବି ମୁହିଁ ?
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁମ୍ଭ ଆଦେଶରୁ ଏ ସାରା ସଂସାର
ହୋଇଅଛି ଯେ ସମ୍ପୂର୍ଣ୍ଣ
ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ଶ୍ରୀକ୍ଷେତ୍ରେ
କାହିଁହେଲ ଅସମ୍ପୂର୍ଣ୍ଣ ?

ବିଶ୍ୱ ନିୟନ୍ତା ହେ ବିଶ୍ୱ ନିୟନ୍ତ୍ରଣ
ହୁଏ ତୁମରି ଆଜ୍ଞାରେ
ଯଶୋଦା ମାଁ ଙ୍କ ହାତେ ଛାଟ ଦେଖି
ଥରୁଥିଲ କାତରରେ।

ଷାଠିଏ ପଉଠି ନିତି ରନ୍ଧା ହୁଏ
ତୁମରି ବଡ ଦେଉଳେ
ଶବରୀ ଅଇଁଠା ଖିଆ ନାମ ଟାକୁ
କିଆଁ ବିଶ୍ୱ ଏଠି ବୋଲେ ?

ଗୀତାରେ କହିଲ ଦୁଃଖ କଷ୍ଟ ଠାରୁ
ଉର୍ଦ୍ଧ୍ୱେ ଅଛି ସବୁ ଆତ୍ମା
ତଥାପି ସୁଦାମା ଦ୍ୱିଜ ଦୁଃଖ ଦେଖି
କାନ୍ଦୁଥିଲ ପରମାତ୍ମା ।

ଅଗୋଚର ତୁମ୍ଭେ ବ୍ରହ୍ମା ଚେତନାରେ
କି ବୁଝି ପାରିବି ମୁହିଁ ?
ଥରୁଟିଏ ଆସି ଦରଶନ ଦେଇ
ବୁଝାଇ ଦିଅ ହେ ସାଇଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top