ଛୁରିଅନା
ତୁମେହିଁ କରିଛ
ଆଦ୍ୟ ଯୌବନେ ମତେ
ପାଗଳ ପ୍ରେମିକ
କେତେ ଆନମନା…….
ଚାତକର ସମ
ଚାହିଁଛି ତୁମକୁ
ବରଷ ତମାମ
ହରେଇ ଆକାର
ନକରି ଶୋଚନା……
ତୁମ ଶାଖା ଫାଙ୍କେ
ଚନ୍ଦ୍ର ନୁହେଁତ
ପ୍ରିୟା ମୁହଁ ଦେଖେ
ପତା ବି ପଡେନି
ନଥାଏ ଯାତନା…..
ଶରତର ଏଇ
ହାଲକା ସଞ୍ଜରେ
ତୁମ ଉହାଡରେ
ବିତେଇଛି କ୍ଷଣ କେତେ
ନାହିଁ ତା କଳନା……
ଗୋଟେ ଦିଟା ଫୁଲ
ଦଲକାଏ ବାସ
ଦିଅନ୍ତନି ମତେ
ମୋ ପ୍ରିୟ ପାଇଁକି
ନକରି ଭାବନା….
