କବିତା

କେମିତି କହିବି

Dr Madhusmita Mishra's odia poem Kemiti Kahibi

ଜାଣେ ମୁଁ ..ବଦଳିଛି ସମୟ..
ଆଗେଇଛି ବୟସ..
କିନ୍ତୁ ମନ ମୋର ସେଇଠି ସେମିତି ନିଶ୍ଚଳ..

କେମିତି କହିବି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କେମିତି କହିବି…
ଆଜି ବି ମୋତେ ଭଲ ଲାଗେ..
କିତ କିତ, ବୋହୁଚୋରି ଖେଳ ..

କେମିତି କହିବି ..
କେତେ ମୋର ମନେପଡେ…
ମାମୁଁ ଘର ହରିଅଙ୍କ ମେଳଣ..

କେମିତି କହିବି..
କେତେ ନିବିଡ ଆଜି ଭି ସେ ସ୍ମୃତି
ଆଇ କୋଳରେ ବୁଢ଼ୀ ଅସୁରୁଣୀ କାହାଣୀ ଶୁଣିବାର ବେଳ..

ଜାଣେ ମୁଁ ..ବଦଳିଛି ସମୟ..
ଆଗେଇଛି ବୟସ..
କିନ୍ତୁ ମନ ମୋର ସେଇଠି ସେମିତି ନିଶ୍ଚଳ..

କେମିତି କହିବି…
ମୁଁ ସେ ନିଷ୍କପଟ ପିଲାବେଳ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top