କବିତା

ଗୋଧୂଳିଲଗ୍ନା

Gitanjalli Moharana's odia poem Godhulilagnaa

ତୁମରି ପାଦର ପାଉଁଜିର ସ୍ୱର
କରେ ମୋତେ ଆନମନା
ମୁଁ ହେଲେ ପ୍ରତ୍ୟୁଷ ତୁମ
ହୃଦୟର
ତମେ ମୋ ଗୋଧୂଳିଲଗ୍ନା

ଗୋଧୂଳିଲଗ୍ନା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଧରଣୀ ବକ୍ଷରେ ନବ ବିରାଜିତ
ଋତୁରାଜ ପ୍ରିୟ ବସନ୍ତ
ଚଇତାଳି ବାଆ ବହୁଛି ସଧୀରେ
ଦେହ ହୁଏ ଉଲ୍ଲସିତ
ଆନମନା ହୁଏ ଚକ୍ଷୁଯୁଗଳ
କୋକିଳର କୁହୁ ତାନେ
କୁସୁମ କାନନ ସୌନ୍ଦର୍ଯ୍ୟେ
ହସୁଛି
ଅଳିର ମଧୁ ଗୁଞ୍ଜନେ
ମଳୟ ବହୁଛି ସୁବାସିତ ହୋଇ
ଆମ୍ର ବକୁଳ ପରଶେ
ସ୍ମିତ ହସି ରବି ବୁଡି
ଯାଉଛନ୍ତି
ସ୍ନିଗ୍ଧବୋଳା ପରିବେଶେ
ନାଲି ନାଲି ଫଗୁ ଦେହେ ମାଖିହୋଇ

ମୁରୁକି ହସେ ଗଗନ
ଶିଆଳି ଲତା ଯେ ତରୁକୁ କରଇ
ପ୍ରେମଭରା ଆଲିଙ୍ଗନ
ବାହୁଡି ଆସନ୍ତି
ଗୋରୁ ବତ୍ସାପଲ
ଦାଣ୍ତେ ଉଡାଇଣ ଧୂଳୀ
ନୀଡକୁ ଫେରନ୍ତି ବିହଙ୍ଗମ ଦଳ
ଆନନ୍ଦେ କରି କାକଳୀ
ଶାନ୍ତ ଶୀତଳ ଏ ମଧୁଲଗନ
ଅଙ୍ଗେ ଭରେ ମାଦକତା
ପ୍ରୀତିର ଲହରୀ ଯାଉଛି ଉଛୁଳି
ଦେଖି ତମ ଚପଳତା
ତୁମରି ପାଦର ପାଉଁଜିର ସ୍ୱର
କରେ ମୋତେ ଆନମନା
ମୁଁ ହେଲେ ପ୍ରତ୍ୟୁଷ ତୁମ
ହୃଦୟର
ତମେ ମୋ ଗୋଧୂଳିଲଗ୍ନା

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top