ଘଣ୍ଟାକୁ ଗଢ଼ିଛି ଏ ମଣିଷ ଜାତି
ତା’ ବିନା ବିତିଛି କେତେ କେତେ ରାତି
ଏହାକୁ ଗତିକି ସଂସାରକୁ ଜିତି
ଅର୍ଜିବି ବୋଲି ସେ ଖ୍ୟାତି ।
ଏହାଠାରୁ ଜାଣି ସମୟକୁ ପୁଣି
ରଖିବ ନିଜର ହାତେ
ହେଲେ ସମୟ ଟା ମହାବଳୀୟାନ
ଥାଏ ଏକା ନିଜ ପଥେ ।
ହୋଇପାରେ ନର ବଡ଼ ବୁଦ୍ଧିବନ୍ତ
ହୋଇପାରେ ଜୀବ ଶ୍ରେଷ୍ଠ
ହେଲେ ସମୟଟା ମାନେ ନି କା କଥା
କଲେ ଯେତେ ଯା’ ଆକଟ ।
ମଣିଷ ହାତରେ ରହିପାରେ ଘଣ୍ଟା
ହେଲେ ରହେନା ସମୟ
ତାକୁ ଜଗି ରଖି ନ ଚାଲିଲେ ଜାଣ
ହେବ ସିନା ଅପଚୟ
ହେବ ଜୀବନର କ୍ଷୟ ।
