ଭିଷଣ ଖରା ଅସହ୍ୟ ତାତି
ପାଣିର ହେଲା ନାଶ
ଧରଣୀ ଆଜି ଡାକୁଛି ବସି
ମେଘ ନାନୀ ତୁମେ ଆସ
ଡାକ ଶୁଣିକି ଆସିଲା ନାନୀ
ଥଣ୍ଡା ପବନ ସାଥେ
ଅନେକ ଦିନ କରି ଅପେକ୍ଷା
ମୟୁର ଅପା ନାଚେ
ଆକାଶ କୋଳୁ ବର୍ଷାର ବୁନ୍ଦା
ପଡିଲା ଧୀରେ ଖସି
ଘାସ ଫୁଲରେ ଥିରିକିନା
ଖୁସିରେ ଗଲା ବସି
ଥଣ୍ଡା ପବନ ଯାନରେ ବସି
ବହିଲା ଶିରିଶିରି
ଘାସ ଫୁଲଟି ହସିଲା ଯହିଁ
ହସ ତାର କିରିକରି
ଚହଟି ଗଲା ଘାସ ଫୁଲଟି
ବାଆ ଦୋଳିରେ ଝୁଲି
ବର୍ଷାର ବୁନ୍ଦା ଥରି ଉଠିଲା
ତହିଁରେ ଢଳି ଢଳି
ଖଣ୍ଡେ ଦୂରରୁ ଝିଙ୍କାରୀ ଟିଏ
ଦେଖିଲା ବୁନ୍ଦା ଲୁଚି
ଭାବିଲା ମୁଇଁ ଏଇଲେ ଯାଇ
ପିଇବି ତାକୁ ସଂଚି
ତେଣେ ଧୁଳିଆ ଜନ୍ଦା ବିଚରା
ଦେଖି ଭାବିଲା ତାକୁ
ଏଇନେ ଯାଇ ତିଣ୍ଟିବ ବୋଲି
ଦେଖାଇ ତାର ବୁକୁ
ସାଙ୍ଗ ହୋଇକି ନାଚିଲେ ଦୁହେଁ
ମେଘ ନାନୀର ସାଥେ
ତାଙ୍କ ଖୁସିକୁ ଦେଖି ଧରଣୀ
ମେଘ ନାନୀକୁ କୁହେ
ଦେଖ ନାନୀ ଖରା ଦିନରେ ବର୍ଷା
ସଭିଙ୍କ ମନେ ଖୁସି ବହେ
