-: ପୂର୍ବରୁ :-
୧୯୬୫ ପୂର୍ବରୁ ଛଅମାସ ଟ୍ରେନିଂ ପିରିଅଡ୍ ଥିଲା । ବର୍ଷକ ପାଇଁ ଟ୍ରେନିଂର ଆମେ ପଞ୍ଚମ ବ୍ୟାଚ୍ ଷ୍ଟୁଡେଣ୍ଟ ଥିଲୁ । ଏହା ୪ ଭାଗରେ ବିଭକ୍ତ ହୋଇଥାଏ ।
ମେଡିସିନ୍, ସର୍ଜରୀ, ଗାଇନିକ୍ ଏବଂ ବି.ଏସ୍.ଏମ୍. ସିନିଅର ମାନଙ୍କ ଠାରୁ ଶୁଣିଥିଲି ଯେଉଁ ବିଷୟରେ ଖୁବ୍ ଭଲ ମାର୍କ ଥିବ ସେଥିରେ ଉଚ୍ଚ ଶିକ୍ଷା ପାଇଁ ସିଟ୍ ମିଳିବା ସହଜ ।
ଚାରିଟି ଯାକ ଏମ୍.ବି.ବି. ଏସ୍ ର ମାର୍କ ଥିଲା । ଅର୍ଥାତ ଏଇ ତିନିଟିରୁ ଗୋଟିଏ କୁ ବାଛିବାକୁ ହେବ । ମୋର କ୍ଲିନିକାଲ ସବ୍ଜେକଟ୍ ରେ ପିଜି କରିବାକୁ ଇଚ୍ଛା । ତେଣୁ ରହିଗଲା ଅପଥାମାଲୋଜି । ଉଦାସ ହୋଇ ପଡିଲି । ଶିଶୁ ବିଭାଗରେ ଉଚ୍ଚଶିକ୍ଷା ପାଇଁ ମୋର ବହୁ ଇଚ୍ଛା । କୌଣସି ମତେ ଦେଶର କେଉଁ କୋଣରେ ବି ମତେ ଗୋଟିଏ ସିଟ୍ ମିଳିବନି ।
ପ୍ରଫେସର କୁଳମଣି ମିଶ୍ର ବହୁତ ବୁଝାଇଥିଲେ । ଶିଶୁ ବିଭାଗରେ ଉଚ୍ଚ ଶିକ୍ଷା ଲାଭ କଲେ ତୁ ଭାଂଗି ପଡିବୁ । ତାର କାରଣ ହେଲା ପିଲାମାନଙ୍କ ୱାର୍ଡରେ ମୃତ୍ୟୁ ସଂଖ୍ୟା ଅଧିକ । ତୋ ଭଳି କୋମଳ ମତି ବାଳିକାଟି ପାଇଁ ତାହା ଅସହ୍ୟ ହେବ । କିଛି ଚିନ୍ତା ନ କରି ତୁ ଚକ୍ଷୁ ବିଭାଗ ପାଇଁ ଚେଷ୍ଟା କର । ଏଇ ହେଉଛି ଗୋଟିଏ ଡିପାର୍ଟମେଣ୍ଟ, ଯଉଁଠି କେବେ ମୃତ୍ୟୁ ହୁଏନା ।
ସାର୍ ଙ୍କ ଉପଦେଶ ମୋର ହୃଦୟସ୍ପର୍ଶୀ ହୋଇଥିଲେ ମଧ୍ୟ ପେଡିଆଟ୍ରିକ୍ସର ଲୋଭ ସମ୍ୱରଣ କରି ପାରି ନ ଥିଲି ।
ଗାଇନିକ୍ ୱାର୍ଡର ଅଭିଜ୍ଞତା:-
ତିନିମାସ ଡିଉଟି ଭିତରୁ ଦୁଇ ସପ୍ତାହ ପ୍ରସୂତି ଗୃହରେ ଡିଉଟି କରିବାକୁ ହୁଏ । ସାଧାରଣତଃ ପୁଅ ମାନେ ଗାଇନିକ୍ ଡିଉଟି କରିବାକୁ ପସନ୍ଦ କରନ୍ତିନି । ପ୍ରସୂତି ଗୃହରେ ତ ଜମା ନୁହେଁ । ତେଣୁ ପୁଅମାନଙ୍କ ପୋଷ୍ଟିଙ୍ଗ୍ ସମୟରେ ଗୋଟିଏ ଝିଅକୁ ମଧ୍ୟ ଡିଉଟିରେ ରଖା ଯାଇଥାଏ । ଏମିତିକି କେବେ କେବେ ଇଚ୍ଛୁକା ଝିଅମାନଙ୍କୁ ଏକରୁ ଅଧିକ ଡିଉଟି କରିବାକୁ ପଡିଥାଏ ।
ସେଇଟା ମୋର ଥିଲା ତୃତୀୟ ପୋଷ୍ଟିଙ୍ଗ । ମୋ ସଂଗେ ଆଉ ଗୋଟିଏ ପୁଅ ପିଲାର ଡିଉଟି । ମୋର ପୂର୍ବ ଅଭ୍ୟାସ ଅନୁସାରେ ମୁଁ ରାତିରେ ଡିଉଟି ରୁମ୍ ରୁ ବାରମ୍ୱାର ଉଠି ପ୍ରସୂତି କକ୍ଷ ଆଡେ ବୁଲି ଆସେ । ସେ ଦିନ ରାତି ଦୁଇଟା ରେ ମତେ ଗୋଟିଏ ଡେଲିଭେରୀ କଣ୍ଡକ୍ଟ କରିବାକୁ ପଡିଥିଲା । ତିନିଘଣ୍ଟା ଅର୍ଥାତ୍ ଭୋର୍ ପାଞ୍ଚଟାରେ ମା’କୁ ଦେଖିବାକୁ ଗଲି । ଫାଇଲ୍ ଟି ଦେଖି ମତେ ଖୁବ୍ ହସ ଲାଗିଲା । ଯେଉଁଥିରେ ଲେଖାଥିଲା- “ପ୍ରି ଡେଲିଭେରୀ ନୋଟ୍, ସମୟ ସକାଳ ଚାରିଟା, ରୋଗୀ ସୁସ୍ଥ, ଇଉଟେରସ ହାଇଟ୍ ୩୪ ସପ୍ତାହ । ଫିଟାଲ୍ ହାର୍ଟ ସାଉଣ୍ଡ ନରମାଲ୍, ନୋ ହିଷ୍ଟ୍ରି ଅଫ୍ ଆମ୍ନିଓଟିକ୍ ମେମ୍ୱ୍ରେନ୍ ଲିକିଙ୍ଗ୍ । ” ସହକର୍ମୀ ଜଣଙ୍କର ଅପମାନ ହେବ ବୋଲି ମୁଁ ନୋଟ୍ ଟିକୁ କାଟି ଦେଇଥିଲି । ମାତ୍ର ସକାଳ ଛଅଟାରେ ସହକର୍ମୀ ଜଣଙ୍କ ଶୋଭା ଦିଦି ଙ୍କ ସଂଗେ ଲଢାଇ କରିବାର ଶୁଣିଲି । “ସେ ଝିଅଟା ମାଡାମ୍ ଙ୍କ ସାମ୍ନାରେ ନିଜର ବଡାଇ କରିବ ବୋଲି ମୋ ନୋଟ୍ କାଟି ଦେଇଛି । ମୁଁ ଚାରିଟା ବେଳେ ନୋଟ୍ ଲେଖି ଯାଇଥିଲି । ”
“ଠିକ୍ ଅଛି,ମୁଁ ଦେଖିବି । ସେ ତ ସେମିତିଆ ଝିଅ ନୁହେଁ ନିଶ୍ଚୟ କିଛି ବିଶେଷତା ଥିବ । ଆଠଟା ଭିତରେ ଆଉ ଡେଲିଭେରୀ କେସ୍ ନାହିଁ । କାଲି କେସ୍ ଟିର ଡେଲିଭେରୀ ରାତି ଦୁଇଟାରେ ହୋଇଯାଇଛି ତୁମେ ଏବେ ହଷ୍ଟେଲ୍ ଯାଇପାର ।
ମେଡିସିନ୍- ଦି ପଦ ଶୁଣାଇ ଦେ । ସେ କିଛି ନା କିଛି କହିବ” କହି ସୁନୀଲ୍ ତା ରୋଗୀ ପାଖକୁ ଚାଲିଗଲା ।
ତୁମର କ’ଣ ଅସୁବିଧା ମାଉସୀ, ଜ୍ଞତା ତ ନୁହେଁ ପୂର୍ବ ଅପେକ୍ଷା ଧୀର ସ୍ୱରରେ କହି ତାଙ୍କ ହାତ ଉପରେ ହାତ ରଖିଲି ।
“ମୋର କିଛି ହେଇନି ଲୋ ଝିଅ, ତୁ କାନ୍ଦନା” କହି ନିଜ ପଣତ କକାନିରେ ମୋ ଆଖି ପୋଛି ଦେଲେ ।
ଝିଅ କହୁଛ,ଅର୍ଥାତ୍ ତୁମେ ମୋର ମା ସଦୃଶ । ସାର୍ ମୋର ପରୀକ୍ଷା ନେଉଛନ୍ତି । ତୁମେ କିଛି ନ କହିଲେ ମୁଁ ଫେଲ୍ ହେବି । ମା ହୋଇ ଝିଅର ଅଧୋପତନ ଦେଖିବେ ।
ନା ଲୋ ମା । ସେମିତି କହନା, ସତ କୋହୁଛି, ମୋର କିଛି ରୋଗ ବଇରାଗ ନାହିଁ । ମୁଁ ମୋ ଝିଅ ସଂଗେ ହାଟରୁ ଫେରୁଥିଲି । କେହି ଦୁଇଜଣ ନୃଶଂସ ଆମ ଦୁହିଙ୍କୁ ଘୋଷାଡି ନେଇଗଲେ । ମତେ ଗୋଟେ ଖୁଣ୍ଟରେ ଗାଈ ବନ୍ଧା ପଘାରେ ବାନ୍ଧିଦେଲେ । ମୋ ଆଖି ଆଗରେ ଧିଏଁ ମୋ ଝିଅର ସର୍ବନାଶ କଲେ । ପରେ ତା ଦେହ ସାରା ଏସିଡ୍ ଢାଳି ଦେଇ କୁଆଡେ ଉଭେଇ ଗଲେ । ଝିଅ ମୋର ଦଶ ବାର ଘଣ୍ଟା ତଡପି ତଡପି ନିଶ୍ୱାସ ଛାଡିଲା । ଦିନ ଦଶଟା ବେଳକୁ ଗାୟାଳ ଛୁଆମାନେ ମୋ ହାତ ଗୋଡରୁ ପଘା ଖୋଲି ଦେଇଥିଲେ । ନ୍ୟାୟ ପାଇଁ ସରକାର ପାଖରେ ବହୁ ନେହୁରା ହୋଇଥିଲି । ବିନା ଅର୍ଥରେ କଣ କିଛି ହୋଇପାରେ!
ବହୁ ଦୁଃଖର କଥା ମାଉସୀ, ଭଉଣୀ ତ ଚାଲିଗଲେଣି, ତୁମେ ନିଜକୁ କାହିଁକି ଏତେ କଷ୍ଟ ଦେଉଛ ?
ଯେମିତି ହେଉ ଦିନେ ନା ଦିନେ ସେ ଖଣ୍ଟ ଦିଟାକୁ ଜୀଅନ୍ତା ଜଳେଇବି ।
ଏତେ ବଡ ଦୁନିଆରେ ତୁମେ ଏକା ଏକା ସେମାନଙ୍କୁ ଖୋଜିବ କେମିତି!
ଆମ ଗାଁଟା ଖୁବ୍ ଛୋଟ । ଆଉ ସେ ଦିଇଟା ଆମ ଗାଁର ।
ଏମିତି ପାଗଳାମୀ ପନ୍ଥା ଧରିଲେ ତୁମକୁ ତ ହସ୍ପିଟାଲ୍ ରେ ବାନ୍ଧି ରଖିବେ ।
କେତେଦିନ, ଦିନେ ନା ଦିନେ ତ ଛାଡିଦେବେ!
ମୁଁ ଶୁଣିଛି ମଣିଷ ମାରିଲେ ପାଗଳକୁ ଫାଶୀ ହୁଏନା ।
ଦୁଇଜଣ କର୍ମଚାରୀ କ୍ୟାବିନ୍ ଆଡକୁ ଆସୁଥିବା ଦେଖି ରୋଗୀଙ୍କର violence ଆରମ୍ଭ ହୋଇଗଲା ।
“ତୁମେ ବାହାରକୁ ଯାଅ ଝିଅ । ଆମେ ୟାକୁ ect ରୁମ୍ କୁ ନେବା ପାଇଁ ଆସିଛୁ” କର୍ମଚାରୀ ଦୁହେଁ ଏକାଠି କହି ଉଠିଲେ ।
ନାଁ କାକା,ତୁମେ ୟାଙ୍କୁ ଛାଡିଦିଅ । ମୁଁ ସାର୍ ଙ୍କ ସଂଗେ କଥାବାର୍ତ୍ତା କରି ସାରିବା ପରେ ନେବ ।
ଆମ ଚାରିଜଣଙ୍କର ହଟ୍ଟଗୋଳ ଶୁଣି ସେଠାରେ ବହୁଜଣ ଏକାଠି ହୋଇଗଲେ । ସେମାନଙ୍କ ଭିତରେ ଦୁଇଜଣ ଡାକ୍ତର ମଧ୍ୟ । ଡାକ୍ତର ଦୁହିଁଙ୍କୁ ଅନୁନୟ କରି କ୍ୟାବିନ୍ ବନ୍ଦ କରାଇଲି । ସେତେବେଳକୁ ପ୍ରଫେସର ରାୟ ମଧ୍ୟ ପହଞ୍ଚି ଯାଇଥିଲେ ।
ଭୟଭୀତା ହୋଇ ମୋ ପାଟିରୁ ବାକ୍ୟ ସ୍ଫୁରୁ ନ ଥିଲା । ନିଶ୍ଚୟ ଫେଲ୍ ହେବି ।
ପ୍ରଫେସର ରାୟ ମୋ ହାତରୁ ହିଷ୍ଟ୍ରି କାଗଜଟି ନେଇ ଥରେ ଆଖି ବୁଲାଇ ମୋ ଆଡକୁ ଚାହିଁଲେ, ମୁଁ ମୁହଁ ପୋତି ଛିଡା ହୋଇଥିଲି ।
ମୁଁ ଏଇମିତି କିଛି ଅନୁମାନ କରି ତାଙ୍କୁ ect ରୁମ୍ କୁ ଡକାଇଲି । ect ର ଜ୍ୱାଳା ଦେଖି ସେ ଭୟପାଇ ସବୁ ସତକଥା କହିବେ । ମାତ୍ର ଏ ଝିଅଟି କେତେ ସହଜରେ ତାଙ୍କ ଠାରୁ ସତ କଥା ବାହାର କରିନେଲା ।
ନିଜ ନିଜର ସାର୍ଟିଫିକେଟ୍ ନେଇ ଆମେ ବୁର୍ଲା ଫେରିଥିଲୁ ।
– ତା’ପରେ –