ଅଣୁଗଳ୍ପ

ପୁନରାବୃତ୍ତି

Ruksar Begum's Odia Short Story Punarabrutti

ଏ କି କଥା ମୁଁ କଣ କହିଲି ଯେ..

ପୁନରାବୃତ୍ତି

ସ୍ତ୍ରୀ- ଶୁଣ…

ସ୍ୱାମୀ – ହୁଁ କୁହ…

ସ୍ତ୍ରୀ- ତମେ ମତେ କାହିଁକି ଭଲ ପାଅ?

ସ୍ୱାମୀ – ଉମମ.. ଜାଣିନି

ସ୍ତ୍ରୀ- ଜାଣିଥିଲି ଏୟା କହିବ, ମୋ ପାଇଁ କିଛି ଫୀଲିଙ୍ଗସ୍ ହିଁ ନାହିଁ ତମର

ସ୍ୱାମୀ- ମୁଁ ଏଟା କେବେ କହିଲି??

ସ୍ତ୍ରୀ-କହିବା କଣ ଦରକାର, କଣ ପାଇଁ ମୋତେ ଭଲ ପାଉଛ ତମେ ଜାଣିନ ମାନେ ତମ ମନ ରେ ମୋ ପାଇଁ କିଛି ଭାବନା ହି ନାହିଁ

ସ୍ୱାମୀ- ହେ ପ୍ରଭୁ ରକ୍ଷା କର…

ସ୍ତ୍ରୀ- (ରାଗିକି ପ୍ରସ୍ଥାନ)

(କିଛି ଦିନ ପରେ)

ସ୍ତ୍ରୀ- ଶୁଣ

ସ୍ୱାମୀ – ହୁଁ କୁହ

ସ୍ତ୍ରୀ- ତମେ ମତେ କାହିଁ ଭଲ ପାଅ?

ସ୍ୱାମୀ- ତମେ ବହୁତ ଭଲ, କେଆରିଂ,ଭଲ ବୋହୁ…

ସ୍ତ୍ରୀ- ଯଦି ମୁଁ ଏସବୁ ନ ଥାନ୍ତି ତେବେ ତମେ ମୋତେ ଭଲ ପାଇ ନଥାନ୍ତ

ସ୍ୱାମୀ – ଉମମ…

ସ୍ତ୍ରୀ- ଛାଡ଼ ଆନ୍ସର ମିଳିଗଲା ମତେ

ସ୍ୱାମୀ – ଏ କି କଥା ମୁଁ କଣ କହିଲି ଯେ..

ସ୍ତ୍ରୀ- କିଛି କହିବା ଦରକାର ନାହିଁ ଜାଣିଛି ମୋ ଭାଗ୍ୟରେ ଅନ୍କନ୍ଡିସ୍ନଲ ଲଭ୍ ନାହିଁ

ସ୍ୱାମୀ- ହେଁ…

ସ୍ତ୍ରୀ- (ରାଗିକି ପ୍ରସ୍ଥାନ)

( ଅଳ୍ପଦିନ ପରେ)

ସ୍ତ୍ରୀ- ଶୁଣ…

ସ୍ୱାମୀ – ହୁଁ କୁହ…

ସ୍ତ୍ରୀ- ତମେ ମୋତେ କାହିଁ ଭଲ ପାଅ??

(ପୁନରାବୃତ୍ତି)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top